ଡାକ୍ତରଖାନାରେ ଗୁଣିଆର ଝଡ଼ାଫୁଙ୍କା

0

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ପୁରୀ ଡାକ୍ତରଖାନା ପରିସରରେ ଦେଖିବାକୁ ମିଳିଛି ଏହି ଅଭବାନୀୟ ଦୃଶ୍ୟ। କୈଳାସ ବେହେରାଙ୍କ ୧୫ ବର୍ଷର ଝିଅ କିଛି ଦିନ ହେଲା ଅସୁସ୍ଥ ଅଛନ୍ତି। ତାଙ୍କ ମାନସିକ ଅବସ୍ଥା ବି ଭଲ ନାହିଁ। ତାଙ୍କୁ ପ୍ରଥମେ ସତ୍ୟବାଦୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଗତ ୨୯ ତାରିଖରେ ପୁରୀ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଏଠାରେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ଫଳରେ ଡାକ୍ତରମାନେ ଗତକାଲି ତାଙ୍କୁ କଟକ ନେଇ ଯିବାକୁ କହିଥିଲେ। ତେବେ ସେଠାରେ ରାଜକିଶୋର ମହାପାତ୍ର ନାମକ ଜଣେ ଗୁଣିଆ ଝିଅକୁ ସ୍ପିରିଟ୍ ଲାଗିଛି ଏବଂ ଝଡ଼ାଫୁଙ୍କା ଦ୍ୱାରା ଭଲ ହୋଇଯିବ କହିଥିଲେ। ସେ ଝିଅଟିକୁ ବେଡ୍ରୁ ତଳକୁ ଆଣି ଝଡ଼ାଫୁଙ୍କା ଆରମ୍ଭ କରିଥିଲେ। ତେବେ ତାଙ୍କ ଝଡ଼ାଫୁଙ୍କା କିଛି କାମ ଦେଲାନି। ଏବେ ବି ଝିଅଟିର ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ପରିବାର ଲୋକେ କଟକ ନେଇ ଯାଇଥିବା ଜଣାପଡ଼ିଛି।