ଡେଲ୍ଟା ଭାରିଆଣ୍ଟ ମଧ୍ୟ ସମ୍ପୂର୍ଣ୍ଣ ଟୀକା ନେଇଥିବା ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିପାରେ

0

ନୂଆଦିଲ୍ଲୀ: କରୋନାର ଡେଲ୍ଟା ଭାରିଏଣ୍ଟକୁ ନେଇ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ଯୁକ୍ତରାଷ୍ଟ୍ରର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଏହି ଭାରିଏଣ୍ଟକୁ ହାଡଫୁଟି ସହ ତୁଳନା କରିଛନ୍ତି । ଏଥିସହ ଏହା ଅଧିକ ଗୁରୁତର ରୋଗର କାରଣ ହୋଇପାରେ ବୋଲି କୁହାଯାଇଛି । କୋଭିଡ-୧୯ର ପ୍ରଥମ ଷ୍ଟ୍ରେନ ତୁଳନାରେ ଏହାର ସଂକ୍ରମଣ କ୍ଷମତା ଅଧିକ। ଟୀକା ନେଇଥିଲେ ମଧ୍ୟ ଏହି ଭାରିଏଣ୍ଟ ସଂକ୍ରମିତ କରିପାରେ ବୋଲି ସତର୍କ କରାଇ ଦିଆଯାଇଛି।
ସବୁଠାରୁ ଚିନ୍ତାର ବିଷୟ ଏହା ଯେ, ଟୀକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକମାନେ ମଧ୍ୟ ଡେଲ୍ଟା ଭାରିଆଏଣ୍ଟ ଦ୍ୱାରା ସଂକ୍ରମିତ ହେବା ସହ ଅନ୍ୟମାନଙ୍କୁ ସଂକ୍ରମିତ କରିପାରିବେ । ଏହି ଭାରିଆଣ୍ଟ ପ୍ରଥମଥର ପାଇଁ ଭାରତରେ ହିଁ ଚିହ୍ନଟ ହୋଇଥିଲା। ୧୯୧୮ର ସ୍ପେନିସ୍ ଫ୍ଲୁ, ହାଡ଼ଫୁଟି, ଇବୋଲା, ଏମଇଆର୍ଏସ୍ ଏବଂ ସାର୍ସ ତୁଳନାରେ ଏହା ଅଧିକ ସଂକ୍ରାମକ ବୋଲି କୁହାଯାଇଛି ।।
କେବଳ ଡେଲଟା ଭାରିଆଣ୍ଟ ତୁଳନାରେ ମିଳିମିଳା ଅଧିକ ସଂକ୍ରାମକ ବୋଲି ଏଥିରେ କୁହାଯାଇଛି। ଡେଲ୍ଟା ଭାରିଆଣ୍ଟ ମଧ୍ୟ ଅନ୍ୟାନ୍ୟ ମାରାତ୍ମକ ରୋଗ ସୃଷ୍ଟିର କାରଣ ହେବାର ଆଶଙ୍କା ରହିଛି। ତେଣୁ କରୋନା ବିରୋଧରେ ଚାଲିଥିବା ଯୁଦ୍ଧ ପାଇଁ ରଣନୀତି ପରିବର୍ତ୍ତନ କରିବାକୁ ମଧ୍ୟ ଏଥିରେ ପରାମର୍ଶ ଦିଆଯାଇଛି।