(ମୋନାଲିସା ମିଶ୍ର/ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା କାଇମାଟି ଠାରେ ବିଜୁ ଜନତା ଦଳର ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ୨୩ତମ ପ୍ରତିଷ୍ଠା ଦିବସର ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସମାରୋହ ଦିବସରେ ବିଜେଡି ଜିଲ୍ଲା ପର୍ୟ୍ୟବେକ୍ଷକ ବିଜୟ କୁମାର ନାୟକ ଯୋଗଦେଇ ସରକାରଙ୍କର ବିଭିନ୍ନ ଜନହିତକର କାର୍ୟ୍ୟକ୍ରମ ସମ୍ପର୍କରେ ଉପସ୍ଥିତ କର୍ମୀ ମାନଙ୍କୁ ଅବଗତ କରାଇଥିଲେ । ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲାର ବହୁ ନେତା ଓ କର୍ମୀ ଯୋଗଦାନ କରିଥିଲେ।