(ରଜନୀକାନ୍ତ ପାତ୍ର / ଗଞ୍ଜାମ): କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଟ୍ରାକ୍ଟର ମାଲିକ ମାନଙ୍କୁ ନେଇ ଗଠିତ ହୋଇଥିବା ସଙ୍ଘ ସଦସ୍ୟ ମାନେ ତହସିଲଦାର ଡ଼ଃ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି । ତହସିଲ କାର୍ୟ୍ୟାଳୟ ପରିସରରେ ସଙ୍ଘ ସଭାପତି ସନାତନ ସଂଗ୍ରାମ ସିଂଙ୍କ ନେତୃତ୍ୱରେ ପାଖାପାଖି ୫୦ ରୁ ଅଧିକ ଟ୍ରାକ୍ଟର ମାଲିକ ତହସିଲଦାରଙ୍କୁ ସାକ୍ଷାତ କରିବା ସହ କିପରି ବେଆଇନ ଚୋରା ଚାଲାଣ ରୋକା ଯାଇ ପାରିବ । ଏବଂ ରାଜସ୍ବ ହାନି ନହୋଇ ସରକାରୀ ନିତି ନିୟମକୁ ପାଥେୟ କରି ଟ୍ରାକ୍ଟର ଚଳାଚଳ କରିବ ସେ ଉପରେ ଗୁରୁତ୍ୱାରୋପ ଦେଇଥିଲେ । ଏବଂ ତହସିଲଦାର ମଧ୍ୟ ସରକାରଙ୍କ ଦ୍ୱାରା ଧାର୍ୟ୍ୟ ନିର୍ଦ୍ଧିଷ୍ଟ ନୀତିନିୟମ ପାଳନ କରି ଟ୍ରାକ୍ଟର ମାଧ୍ୟମରେ ସରକାରୀ ଓ ବେସରକାରୀ ଲଘୁ ଖଣିଜ ପରିବହନ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ସମୟରେ ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ଚୋରା ଚାଲାଣ ବୃଦ୍ଧି ପାଉଥିବା କାରଣରୁ ଚଢ଼ାଉ ଜୋରଦାର କରାଯାଉଛି । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ପ୍ରଦୀପ କୁମାର ସ୍ୱାଇଁ,ସମ୍ପାଦକ ବାଇନାଥ ଜେନା,ସହ ସମ୍ପାଦକ ବାବୁଲା ଜେନା,କୋଷାଧକ୍ଷ ସତ୍ୟବାନ ଜେନା,ସନ୍ତୋଷ ଗୌଡ଼,କୈଳାଶ ବିଷୋୟୀ ଉପସ୍ଥିତ ଥିଲେ ।