ତାଣ୍ଡବ ରଚିଲେ ଗଜରାଜ

0

(ଜୟନ୍ତ କୁମାର ସେଠୀ)ଗୋପ: ପିପିଲିରେ ହାତୀ ରଚିଲା ତାଣ୍ଡବ। ଉଜାଡି ଦେଲା ସୁନା ସଂସାର। ନଷ୍ଟ କରି ଦେଲା ଏକର ଏକର ଫସଲ । ଗତ ରବିବାର ସକାଳ ୭ ଟା , କେଉଁଠୁ ଏକ ଦନ୍ତା ହାତୀ ଆସି ପୁରୀ ଜିଲ୍ଲା ପିପିଲି ସଁଅପୁର ରାଡିତି ଗ୍ରାମରେ ପସି ଆତଙ୍କ ଖେଳାଇ ୪ଟି ନିରୀହ ଜୀବନ ନେବା ସହ ନଷ୍ଟ କରି ଦେଇଛି ଏକର ଏକର ଚାଷ ଜମି । ଯାହା ଫଳରେ ଚାଷ ଜମିରେ ଚାଷ କରିଥିବା ଚାଷୀର ପନି ପରିବା ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଥିଲା। ଯାହାକୁ ଦେଖି ଚାଷୀ ମୁଣ୍ଡରେ ପଡିଛି ଚଢ଼କ। ବିଶେଷକରି ଚାଷ ଜମିରେ ଚାଷ କରିଥିବା କଖାରୁ, ପୋଟଳ ଓ ଲଙ୍କା ଚାଷ ନଷ୍ଟ ହୋଇଛି। ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ହତାଶ ହୋଇ ପଡିଥିବା ବେଳେ କିଭଳି ଋଣ ଭାର ପରିଶୋଧ କରି ପରିବାର ଭରଣପୋଷଣ କରିବ ସେ ନେଇ ଚିନ୍ତା ବ୍ୟକ୍ତ କରିଛି।
ସେପଟେ ହାତୀ କୁ ଘଉଡାଇବାରେ ପ୍ରଶାସନ ସଫଳ ହୋଇଥିବା ବେଳେ ହାତୀ ଆକ୍ରମଣରେ ମୃତାହତ ପରିବାର କୁ ସରକାରୀ ସାହାର୍ୟ୍ୟ ସହଯୋଗ ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି ପିପିଲି ତହସିଲଦାର। ଖାଲି ଏତିମି ନୁହଁ ହାତୀ ଉପଦ୍ରବରେ କ୍ଷତି ହୋଇଥିବା ପନି ପରିବା ଚାଷର ଆକଳନ କରାଯାଇ ସରକାରୀ ସାହାର୍ୟ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।