ତୁର୍କୀରୁ ମନ୍ଦ ହେଲା ରପ୍ତାନୀ , ବଡିପାରେ ପିଆଜ ଦର

0

(ରିପୋର୍ଟ ଓ ଟୁଡେ /ମଧୁସ୍ମିତା ତ୍ରିପାଠୀ): ଆଗାମୀ ଦିନରେ ପିଆଜ ଦର ମହଙ୍ଗା ହେବାର ସମ୍ଭାବନା ରହିଛି । କାରଣ ବିଶ୍ୱର ଏକ ପ୍ରମୁଖ ପିଆଜ ଉତ୍ପାଦନକାରୀ ଦେଶ ତୁର୍କୀ ପିଆଜ ରପ୍ତାନି ବନ୍ଦ କରିଦେଇଛି । ତୁର୍କୀରେ ପିଆଜ ଦର ବଢିବା ପରେ ସେଠାକାର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଭାରତରେ ଗତ କିଛି ସପ୍ତାହ ଧରି ପିଆଜ ଦର ଆକାଶଛୁଆଁ ରହିଛି । ମହଙ୍ଗା ପିଆଜ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ଏବେ ବି ଦେଶର ଅନେକ ଜାଗାରେ ପିଆଜ କିଲୋ ୧୦୦ ଟଙ୍କା ଉପରେ ରହିଛି । ଦେଶରେ ପିଆଜ ଅଭାବ ମେଣ୍ଟାଇବା ପାଇଁ ସରକାର ତୁର୍କି, ଇଜିପ୍ଟ ପ୍ରଭୃତି ଦେଶରୁ ଆମଦାନୀ କରୁଛନ୍ତି । ଏହା ଫଳରେ ଆଗାମୀ କିଛି ଦିନରେ ପିଆଜ ଦର କମିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହି ଆଶା ଏବେ ନିରାଶାରେ ପରିଣତ ହେବାକୁ ଲାଗିଛି । କାରଣ ତୁର୍କୀ ପିଆଜ ରପ୍ତାନି ଉପରେ କଟକଣା ଲଗାଇଛି । ଭାରତ ଆମଦାନୀ କରୁଥିବା ପିଆଜର ଅଧା ତୁର୍କୀରୁ ଆସିଥାଏ । ଦେଶରେ ପିଆଜ ଦର ବଢିବା ପରେ ସରକାର ୭୦୭୦ ଟନ ପିଆଜ ଆମଦାନୀ କରିଥିଲେ । ଏହାର ଅଧା କେବଳ ତୁର୍କୀରୁ ଆସିଥିଲା । କିନ୍ତୁ ଏହି ଦେଶରେ ପିଆଜ ମହଙ୍ଗା ହେବା ପରେ ସେଠାକାର ସରକାର ରପ୍ତାନି କଟକଣା ଲଗାଇଛନ୍ତି । ତୁର୍କୀ ରପ୍ତାନି ବନ୍ଦ କରିବା ପରେ ଭାରତରେ ପିଆଜ ଦର କମିବା ବଦଳରେ ଆହୁରି ବଢିବା ଆଶଙ୍କା ଦେଖାଦେଇଛି ।