(ଜ୍ୟୋତିରଞ୍ଜନ ଧର / କଣିହାଁ): ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ଡେରେଙ୍ଗ ତ୍ରିରଙ୍ଗା କ୍ରିକେଟ କ୍ଲବଣ୍ଟ ପକ୍ଷରୁ ରବିବାର ୨୦ ତମ ଟୁର୍ଣ୍ଣାମେଣ୍ଟଣ୍ଟଆୟୋଜିତ ହୋଇଯାଇଛି । ମ୍ୟାଚର ଉଦ୍ଘାଟନୀ ଅବସରରେ କ୍ଲବ ମ୍ୟାନେଜର ବିଛନ୍ଦ ଚରଣ ସାହୁ ସଭାପତିତ୍ୱ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ନାଗରିକ ତଥା ଶିକ୍ଷାବିତ ବୁଦ୍ଧଦେବ ସାହୁ ଏବଂ ପୂର୍ବତନ ପିସିସି ସଭ୍ୟ ଶିବରାମ ଦାଶ, ବରିଷ୍ଠ ସମ୍ବାଦିକ ଟୁନା ସାହୁ, ଶୁରେଶ ସାହୁ, ନିରୋଜ ସାହୁ, ଶୁସାନ୍ତ ସାହୁ, ଦିଲ୍ଲିପ ସାହୁ, ଗୋଲେଖ ସାହୁ, ସୁନିଲ ସାହୁ, ଅକ୍ଷୟ ନାଏକ, ସନ୍ତୋଷ ନାଏକ, ପୁରୁଷୋତ୍ତମ ସାହୁ, ଅଜିତ୍ ସାହୁ, ନିଳନଣି ସାହୁ, କଣିହାଁ ପ୍ରେସ୍ କ୍ଲବ ସଦସ୍ୟ ଜ୍ୟୋତିରଂଜନ ଧର, ନିଳକଣ୍ଠ ବେହେରା, ସଚ୍ଚିତା ନନ୍ଦ ପ୍ରଧାନ, ଅଲେଖ ଭୂତିଆ, ରଂଜନ କୁମାର ମିଶ୍ର, ଶୁଶିଲ ନାଏକ ସମ୍ମାନୀତ ଅତିଥି ଭାବେ ସାମିଲ ହୋଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବ୍ଲକସ୍ଥ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ମ୍ୟାନେଜର ଶ୍ରୀ ସାହୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ଗତ କାଲି ଶୁଭାରମ୍ଭ ଅବସରରେ ବ୍ଲକସ୍ଥ ଭୀମକାଣ୍ଡ ଟିମ୍ ସହିତ ବଇଣ୍ଡା କ୍ରିକେଟ୍ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପାରମ୍ପରିକ ରିତିନିତିରେ ପୂଜାର୍ଚ୍ଚନା ସରିବା ପରେ ଜାତୀୟ ସଂଗୀତ ବୋଲା ଯାଇଥିଲା । ଭିମକାଣ୍ଡ ଦଳ ଟସ୍ ଜିଣି ବ୍ୟାଟିଙ୍ଗ୍ କରି ୨୦ ଓଭର ର ଖେଳ ଶେଷ ସୁଦ୍ଧା ୬ଟି ସ ୱିକେଟ ହରାଇ ୧୬୦ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବଇଣ୍ଡା କ୍ରିକେଟ୍ ଟିମ ସମସ୍ତ ୱିକେଟ ହରାଇ ୧୮ ଓଭର ଖେଳ ଶେଷ ବେଳ କୁ ୯୯ ରନ କରି ଲିଗ୍ ମ୍ୟାଚରେ ପରାଜୟ ହୋଇଥିଲା । ଭିମକାଣ୍ଡ ଟିମର ଅରୁଣ ପ୍ରଧାନ ମ୍ୟାନ ଅଫ୍ ଦି ମ୍ୟାଚ ହାତେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍ ୮ଟି ଦଳ ଭାଗ ନେଉଥିବା ବେଳେ ସାତ ଦିନ ଧରି ମ୍ୟାଚ ଚାଲୁରହିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ । ଆଜି ଟିସିସି ଡେରେଙ୍ଗ ଓ ଜନ୍ଦାବାହାଳ ମଧ୍ୟରେ୨ୟ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଖେଳ ଶେଷ ବେଳକୁ ଟିସିସି ଡେରେଙ୍ଗ ଲିଗ୍ ମ୍ୟାଚରେ ବିଜୟୀ ଲାଭ କରିଥିଲା । ଆସନ୍ତା କାଲି ବାଗେଡିଆ ଓ ଡଅଁରା କ୍ରିକେଟ ଟିମ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ଅମ୍ପିୟାର ଭାବେ ଅନିଲ ସାହୁ ଓ ଜିତେନ୍ଦ୍ର ସାହୁ ଖେଳ ପରିଚାଳନା କରିଥିବା ବେଳେ ତ୍ରିରଙ୍ଗା କ୍ରିକେଟ କ୍ଲବର ସଦସ୍ୟ ଶୁସିଲ କୁମାର ସାହୁ, ବିମଳ ସାହୁ, ମନଜିତ ସାହୁ, ସୁବ୍ରତ ସାହୁ, ସତ୍ୟବ୍ରତ ଦାଶ, ସମଜିତ୍ ସାହୁ, ଦିଲ୍ଲିପ ସାହୁ ପ୍ରମୁଖ ସହଯୋଗ କରିଥିଲେ ।