ଦନ୍ତା ନେଇଗଲା ବୃଦ୍ଧଙ୍କ ଜୀବନ , ସ୍ଥାଣୁ ପାଲଟିଛି ବନ ବିଭାଗ

0

( ଜ୍ୟୋତିରଞ୍ଜନ ଧର, କଣିହାଁ) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କର୍ଣ୍ଣପୁର ବିଟ କଡଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଣିପଥର ଗ୍ରାମରେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇ ଜଣେ ବୃଦ୍ଧଙ୍କ ଅକାଳ ବିୟୋଗ ଘଟିଛି । ପ୍ରାପ୍ତ ସୂଚନା ମୁତାବକ ଶନିବାର ସନ୍ଧ୍ୟା ପ୍ରାୟ ୭.୩୦ ମିନିଟ ସମୟରେ ଏହି ଅଭାନୀୟ ଘଟଣା ଘଟିଛି । କଡ଼ଲା ପଞ୍ଚାୟତ ବେଣିପଥର ଗ୍ରାମରେ ଗତକାଲି ଏକ ଦନ୍ତା ହାତୀ ଗ୍ରାମର ଜୈନିକ ବୃଦ୍ଧଙ୍କୁ ଶୋଇଥିବା ଅବସ୍ଥାରେ ଟେକି କଚାଡି ଫୋପାଡି ଦେଇଥିଲା । ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ତେବେ ଅନୁଗୁଳ ଜିଲ୍ଲା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ରାତିରେ ବୃଦ୍ଧ ଜଣଙ୍କର ମୃତ ହୋଇଥିବା ଜଣାପଡିଛି । ଦନ୍ତା ହାତୀ ଆକ୍ରମଣରେ ମୃତ ହୋଇଥିବା ୮୨ ବର୍ଷୀୟ ବୃଦ୍ଧ ଜଣକ ହେଲେ ବେଣିପଥର ଗାଁର ଧରଣିଧର ପଣ୍ଡା ।  ବେଣିପଥର ଗ୍ରାମକୁ ଗତକାଲି ସନ୍ଧ୍ୟାସମୟରେ ଦନ୍ତା ଗାଁ ମୁହାଁ ହୋଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ବୃଦ୍ଧଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଏକତ୍ରିତ ହୋଇ ଦନ୍ତା ହାତୀ କୁ ଘୋଉଡା଼ଇ ଧରଣୀଧରଙ୍କୁ ଉଦ୍ଧାର କରିଥିଲେ । ଘଟଣା ସମ୍ପର୍କରେ ଗ୍ରାମବାସୀ ବନବିଭାଗକୁ ଖବର ଦେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ କିଛି ସମୟ ବିଳମ୍ବରେ ପହଁଚିଥିଲେ ।