(ରିିପୋର୍ଟସ ଟୁଡ଼େ): ସିବିଆଇ ନିର୍ଦ୍ଦେଶକ ଆଲୋକବର୍ମାଙ୍କୁ ପୁଣି ଥର ନିର୍ଦ୍ଦେଶକଭାବେ ଅବସ୍ଥାପିତ କରିବାକୁ ଗତକାଲି ସୁପ୍ରିମ୍ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରିପ୍ରେକ୍ଷୀରେ ଆଜି ଶ୍ରୀ ବର୍ମା ସିବିଆଇ ମୁଖ୍ୟ ଦପ୍ତରରେ ପହଞ୍ଚିନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି। । ଚଳିତ ମାସ ୩୧ ତାରିଖରେ ଶ୍ରୀ ବମାଙ୍କ କାର୍ୟ୍ୟକାଳ ଶେଷ ହେବ।
ସୂଚନାଯୋଗ୍ୟ ଯେ ସିବିଆଇ ନିର୍ଦ୍ଦେଶକ ଭାବେ ଦୁଇବର୍ଷ କାର୍ୟ୍ୟ କରିବା ନେଇ ନିୟମ ଥିବା ସତ୍ତ୍ୱେ ସରକାର ସିବିଆଇ ନିର୍ଦ୍ଦେଶକ ଆଲୋକବର୍ମାଙ୍କୁ ଛୁଟିରେ ପଠାଇ ଦେଇଥିଲେ। ସେହିପରି ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ମଧ୍ୟ ସରକାର ଛୁଟିର ପଠାଇ ଦେଇଥିଲେ। ତାଙ୍କ ସ୍ଥାନରେ ଏମ ନାଗେଶ୍ୱର ରାଓଙ୍କୁ କାମଚଳା ନିର୍ଦ୍ଦେଶକଭାବେ ନିଯୁକ୍ତି ଦେଇଥିଲେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସୁପ୍ରିମ କୋର୍ଟର ଆଶ୍ରୟ ନେଇଥିଲେ। ଏ ନେଇ ଗତ ୨୦୧୯ ମସିହା ଡିସେମ୍ବର ୬ ତାରିଖରେ ଶୁଣାଣି ହୋଇଥିଲେ ମଧ୍ୟ ଏହାର ରାୟ ପ୍ରକାଶ ପାଇ ନ ଥିଲା।