ଦଳିତ ପରିବାର ଉପରେ ମରଣାନ୍ତ୍ରକ ଆକ୍ରମଣ

0

(ତାରାକାନ୍ତ ନାୟକ /ସାଲେପୁର): ମାହାଙ୍ଗା ଥାନା ସିନ୍ଧୁପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ପରିବାର ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ରମା ସେଠୀ ନାମ୍ନୀ ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀ ଏବଂ ପୁଅଙ୍କ ଉପରେ ହୋଇଛି ଆକ୍ରମଣ । ଆକ୍ରମଣର ଶୀକାର ହୋଇ ଏହି ପରିବାର ପୋଲିସର ଦ୍ୱାରସ୍ଥ ହୋଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମହେନ୍ଦ୍ର ସେଠୀ ଏବଂ ହରେକୃଷ୍ଣ ସେଠୀ ବିରୁଦ୍ଧରେ ପୀଡିତାଙ୍କ ପରିବାର ଥାନାରେ ଏତଲା ଦେଇଛନ୍ତି। ଆକ୍ରମଣରେ ରମାଙ୍କ ସ୍ୱାମୀ ରତ୍ନାକରଙ୍କ ହାତ ଭାଙ୍ଗିବା ସହ ତାଙ୍କ ପୁଅ ମଦନକୁ ମରଣାନ୍ତକ ଆକ୍ରମଣ କରିଥିଲେ । ପୋଲିସ ଘଟଣାର ତଦନ୍ତ ଚଳାଇଛି । ଆହତ ମାନଙ୍କୁ ପ୍ରଥମେ ମାହାଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଆହତ ମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୀଡ଼ିତାଙ୍କ ଏତଲା ଉପରେ ପୋଲିସ କି’ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।
ଅନ୍ୟପଟେ ଆକ୍ରମଣକାରୀଙ୍କ ପକ୍ଷରୁ ଥାନାରେ ପାଲଟା ଅଭିଯୋଗ ହେବା ସୂଚନା ମିଳିଛି ।