(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ବିଜେଡି ଛାଡିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜଶ୍ୱେରୀ । ଟିକେଟ ନିମିଳିବାରୁ ଅସନ୍ତୁଷ୍ଟ ହୋଇ ଦଳ ଛାଡିଲେ ପ୍ରତ୍ୟୁଷା ।
ସୂଚନାଅନୁସାରେ , ଗତକାଲି ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ସେ ନୟାଗଡ ବିଧାନସଭାରୁ ଲଢିବା ପାଇଁ ଆଗ୍ରାହୀ ବୋଲି ନବୀନଙ୍କୁ ଜଣାଇଥିଲେ । ଯଦି ବିଜେଡିରୁ ସୁଯୋଗ ନମିଳେ ତେବେ ସେ ଅନ୍ୟ ଦଳରେ ଯୋଗ ଦେଇପାରନ୍ତି କିମ୍ବା ସ୍ୱାଧୀନ ଭାବେ ନିର୍ବାଚନ ଲଢିପାରନ୍ତି ବୋଲି କହିଥିଲେ ।