ଦାଦାବଟିକୁ କେନ୍ଦ୍ରକରି ଗୁଳିମାଡ଼

(ଜୟନ୍ତ କୁମାର ସେଠୀ / ଗୋପ) ; ଦାଦାବଟିକୁ କେନ୍ଦ୍ରକରି ପୁରୀରେ ଗୁଳିମାଡ଼ । ଗତକାଲି ବିଳମ୍ବିତ ରାତିରେ ମହିଳାଙ୍କୁ ହୋଇଛି ଗୁଳିମାଡ । ଗୁଳିମାଡ଼ରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ମହିଳା ହେଉଛନ୍ତି ସକୁନ୍ତଳା ସାହୁ । କୁମ୍ଭାରପଡା ନରେନ୍ଦ୍ରକୋଣ ଆଇଟିଆଇ ଛକଠାରେ ଏହି ଗୁଳିମାଡ ହୋଇଛି । ବିଜୁ ବେହେରା ନାମକ ଜଣେ ଯୁବକ ଦାଦାବଟିକୁ କେନ୍ଦ୍ର କରି ମହିଳାଙ୍କୁ ଗୁଳିମାଡ କରିଥିବା ପୋଲିସ ତରଫରୁ କୁହାଯାଇଛି। କୁମ୍ଭାରପଡା ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଅଧିକ ତଦନ୍ତ ଚଳାଇଛି। ତେବେ ବଡ଼ କଥା ହେଉଛି ବେଆଇନ ଭାବେ ବିଜୁ ବେହେରା କୋଉଁଠୁ ଆଣିଲା ବନ୍ଧୁକ ? ତାକୁ ବନ୍ଧୁକ ଦେଲା କିଏ ? ଏ ତମାମ ଦିଗରେ କୁମ୍ଭାରପଡା ପୋଲିସ ଅଧିକ ଛାନଭିନ କରୁଛି। ପୂର୍ବରୁ ସକୁନ୍ତଳାଙ୍କୁ ମଧ୍ୟ ଦାଦାବଟି ମଗାଯାଇଥିବା କୁହାଯାଉଛି। ତେବେ ଗୁଳିମାଡ ଘଟଣାରେ ଏପର୍ୟ୍ୟନ୍ତ ପୋଲିସ କାହାରିକୁ ଗିରଫ କରିପାରିନି ।