ଦାୟିତ୍ୱ ନେବାରେ ପ୍ରଥମ ଦିନରେ ଗ୍ୟାସ ଦର ବୃଦ୍ଧି କଲେ ଧର୍ମେନ୍ଦ୍ର

0

.(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ୧୯ ନିର୍ବାଚନର ସମସ୍ତ ପ୍ରିକୟା ଶେଷ ହେଉଛି । ବିଜୟୀ ପାର୍ଥୀଙ୍କୁ ପଦ ମିଳି ସାରିଛି । ଦେଶକୁ ତାର ପ୍ରଧାମନ୍ତ୍ରୀ ମିଳିସାରିଥିବା ବେଳେ ରାଜ୍ୟ ଗୁଡ଼ିକୁ ମଧ୍ୟ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମଧ୍ୟ ମିଳିସାରିଛି । ଏବେ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଦେଇ ଥିବା ପ୍ରତିଶ୍ରୁତି ରକ୍ଷା କରିବାର ସମୟ । ହେଲେ ମନ୍ତ୍ରୀ ପଦ ପାଇବାର ପ୍ରଥମ ଦିନରୁ ହିଁ ନେତା ନିଜ କଥାରୁ ଓହରିଯାଇଥିବା ପରି ମନେ ହେଉଛି । ହେଲେ କିଛି ନେତା ନିଜର ପ୍ରତିଶ୍ରୁତି ରକ୍ଷା କରିଛିନ୍ତି ଏବଂ ତାହାକୁ ପୂରଣ ମଧ୍ୟ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନନୀନ ପଟ୍ଟନାୟକ ଦାୟିତ୍ୱ ନେବାର ପ୍ରଥମ ଦିନରେ ହେଁ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି ।
ଶ୍ରୀ ପଟ୍ଟନାୟକ ନିଜ ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରିଥିଲେ ଯେ ଯେଉଁ ଦିନ ଓଡ଼ିଶାର ମୁଖ୍ୟମନ୍ତୀ ଭାବେ ଶପଥ ନେବେ ସେହି ଦିନ ହେଁ ୭ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନାର ଦୁଇଟି କିସ୍ତି ବାବଦକୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ମେ ୨୯ରେ ଶପଥ ନେବା ଦିନ ହେଁ ସେ ଦେଇ୍ଥିବା କଥା ପାଳନ କରିଛନ୍ତି । ହେଲେ ନିର୍ବାଚନ ପ୍ରଚାର ପାଇଁ ଘନଘନ ଓଡ଼ିଶା ଗ୍ରସ୍ତ କରୁଥିବା ବିଜେପି ସରକାର ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ସାଜିଛି । ନିର୍ବାଚନ ସମୟରେ ଦୌନନ୍ଦିନ ଆବଶ୍ୟକୀୟ ସମାଗ୍ରୀର ମୂଲ୍ୟ ହ୍ରାସ ନେଇ ପ୍ରତିଶ୍ରୁତି ଦେଇଥିଲେ । ରନ୍ଧନ ଗ୍ୟାସ ସମେତ ପେଟ୍ରୋଲ ଦର ଯେପରି ବୃଦ୍ଧି ନ ଘଟେ ସେ ନେଇ କେନ୍ଦ୍ର ସରକାର ଦୃଷ୍ଟି ଦେବେ । ହେଲେ ନିର୍ବାଚନ ପରେ ସେପରି ହେଲା ନାହିଁ । ମୋଦି ସରକାରରେ ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଦାୟିତ୍ୱ ପାଇଥିବା ର୍ଧମେନ୍ଦ୍ର ପ୍ରଧାନ ଦାୟିତ୍ୱ ନେବାର ପ୍ରଥମ ଦିନରେ ହେିଁ ଇନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି । ଯାହାକି ଜୁନ୍ ମାସ ପହିଲାରୁ ସାଧାରଣ ଜନତାଙ୍କୁ ଝଟକା ଲାଗିଛି । ଘରୋଇ ଏଲପିଜି ବିନା ସବସିଡ଼ ଗ୍ୟାସ ୨୫ ଟଙ୍କା ଓ ସବସିଡ଼ ଥିବା ସିଲିଣ୍ଡର ଦରରେ ଏକ ଟଙ୍କା ୨୩ ପଇସା ବୃଦ୍ଧି ହୋଇଛି ।
ଦର ବୃଦ୍ଧିକୁ ନେଇ ଯୁକ୍ତି ଅନୁସାରେ ସରକାରୀ ତୈଳ କମ୍ପନୀ ଗୁଡ଼ିକ ଏଚପିସିଏଲ , ଆଇଓସି ଙ୍କ କହିବା ଅନୁଯାୟୀ ଦିଲ୍ଲୀରେ ଜୁନ ପହିଲାରୁ ଇନ୍ଧନ ଗ୍ୟାସ ସବସିଡ଼ି ଥିବା ଗ୍ୟାସ ସିଲିଣ୍ଡର ୪୯୭.୩୭ରେ ମିଳିବ ଯାହା ପୂର୍ବରୁ ୪୯୬.୧୪ ଟଙ୍କା ଥିଲା । ଅନ୍ତଃରାଷ୍ଟୀୟ ବେପାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି କାରଣରୁ ଘରୋଇ ଗ୍ୟାସ ଉପରେ ଦର ବୃଦ୍ଧି କରାଯାଇଛି । ବାତ୍ୟା ଫୋନି ପରେ ଭୋଟରର ମେରୁଦଣ୍ଡ ଭାଙ୍ଗି ପଡ଼ିଥିବା ବେଳେ ଏବେ ପୁଣି ରନ୍ଧନ ଗ୍ୟାସର ଦର ବୃଦ୍ଧି ବୋଝ ଉପରେ ଲଲିତା ବିଡ଼ା ସଦୃଶ୍ୟ ହୋଇଛି । ଏହି ଦର ବୃଦ୍ଧିକୁ ସହଜରେ ଗ୍ରହଣ କରିପାରୁ ନାହିଁନ୍ତି ନିମ୍ନମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାରର ଖାଉଟି । ସେ ଯାହା ହେଉନା କାହିଁକି ଦାୟିତ୍ୱ ନେବାର ପ୍ରଥମ ଦିନରେ ନିଜ ପ୍ରତିଶ୍ରୁତି ରୁ ଓହରି ନିଜକୁ ବେଇମାନ ପ୍ରମାଣିତ କରିଛନ୍ତି ମନ୍ତ୍ରୀ ର୍ଧମେନ୍ଦ୍ର ପ୍ରଧାନ ।