(ତ୍ରିଲୋଚନ /ସରୋଜ) ଭୁବନେଶ୍ୱର: ବିଜେପି ଦିଗପହଣ୍ଡି ବିଧାନସଭା ଆସନରୁ ପିଙ୍କି ପ୍ରଧାନଙ୍କୁ ଟିକେଟ ଦେବାକୁ ନେଇ ବିରୋଧର ସମ୍ମୁଖୀନ ହୋଇଛି । ଆଜି ଦିଗପହଣ୍ଡିରୁ ଆଶାୟୀ ଥିବା ଉତ୍ତମ ପାଣିଗ୍ରାହୀ ନିଜ ଶତାଧିକ ସମର୍ଥନଙ୍କୁ ନେଇ ଆଜି ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଉତ୍ତମଙ୍କୁ ଦିଗପହଣ୍ଡିରୁ ଟିକେଟ ଦିଆ ନ ଗଲେ ଆନ୍ଦୋଳନକାରୀ ଧାରଣାରୁ ହଟିବେ ନାହିଁ ବୋଲି ପ୍ରକାଶ କରିଛନ୍ତି ।