(ଜ୍ୟୋତି ରଞ୍ଜନ ଧର, କଣିହାଁ ) : ଅନୁଗୋଳ ଜିଲ୍ଲା ତାଳଚେର ଅନ୍ତର୍ଗତ କଣିହାଁ ବ୍ଲକ କର୍ଣ୍ଣପାଳ ପଞ୍ଚାୟତ ଭାଲୁକି ଢାବା ଛକରେ ଦିନଦୟାଲ ଉପାଧ୍ୟୟ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ବିଦ୍ୟୁତ୍ ସଂଯୋଗ ଆଜି ଶୁଭାରମ୍ଭ ହୋଇଯାଇଛି । ପବିତ୍ର ରଥ ଯାତ୍ରା ଉପଲକ୍ଷେ ପାଲଲହଡା ବିଧାୟକ ମୁକେଶ ପାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗୁରୁବାର ଉଦଘାଟନ କରିଥିଲେ । ଭାଲୁକି ଛକରେ ବହୁତ ଦିନ ହେଲା ଅନ୍ଧାର ରହି ଆସୁଥିଲେ । ଆଜି ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଆନ୍ଦନ ର ଲହରୀ ଖେଳି ଯାଇଛି । ଏହି ଅଵସରରେ ବିଧାୟକ ଶ୍ରୀ ପାଲ ମହୋଦୟଙ୍କୁ ବଜାର କମିଟି ତରଫରୁ ନାମ ସଂକୀର୍ତ୍ତନ କରି ପାଛୋଟିନେଇ ସ୍ୱାଗତ କରିଥିଲେ. ଓ ଏଥି ସହିତ ରେଙ୍ଗାଳି, ବଜ୍ରକୋଟ୍, ସମଲ ଠାରେ ଆୟୋଜିତ ପବିତ୍ର ରଥ ଯାତ୍ରା ବିଧାୟକ ଶ୍ରୀ ପାଲ ସାମିଲ ହୋଇଥିଲେ । ଏହି କାଯ୍ୟକ୍ରମରେ କଣିହାଁ ବ୍ଲକ ବି.ଜେ.ଡି ସଭାପତି କୈଳାସ ଚନ୍ଦ୍ର ସାହୁ, ପ୍ରହ୍ଲାଦ ପ୍ରଧାନ, ପରାବିଲ ସେବା ସମବାୟ ସମିତି ସଭାପତି ସୁବାସ ମହାନ୍ତି, ବିରଞ୍ଚି ସାହୁ, ପର୍ଶୁରାମ ବିଶ୍ୱାଳ, ଧ୍ରୁବଚରଣ ବିଶ୍ୱାଳ, ଅବନୀକାନ୍ତ ଦେହୁରୀ, ଯୁଗଳ କିଶୋର ସାହୁ, ରଂଜନ ଘଟୁଆରୀ ପ୍ରମୁଖ ଏହି କାର୍ୟ୍ୟକ୍ରମରେ ସାମିଲ ଥିଲେ ।