(ରିପୋଟର୍ସ ଟୁଡେ) ; ଦିନକୁ ଦିନ ମନୁଷ୍ୟତ ଲୋପ ପାଇବାକୁ ବସିଲାଣି । ଯେଉଁଥି ପାଇଁ ଝିଅମାନେ ଅଜିର ସମୟରେ ସୁରକ୍ଷିତ ନୁହନ୍ତି । ସେମିତି କିଛି ଘଟଣା ଘଟିଛିି ଦରଭଙ୍ଗାରେ । ଶୌଚ କରିବାକୁ ଯାଇଥିବା ଜଣେ ଦିବ୍ୟାଙ୍ଗ ଝିଅକୁ ଦୁଷ୍କର୍ମ ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ ଘଟଣାଟି ହେଉଛି ୨୦୧୮ ଅକ୍ଟୋବର ୧୮ତାରିଖ ସନ୍ଧ୍ୟା ୭ ଟାର । ଜଣେ ଅନୁସୁୁଚିତ ଜାତିର ଦିବ୍ୟାଙ୍ଗ ନାବାଳିକା ଶୌଚ ପାଇଁ ଯାଇଥିଲେ । ଆଉ ଏହି ସମୟରେ ରାକ୍ଷାସ ରୂପି ଅଭିଯୁକ୍ତ ନାବାଳିକର ଗୋଡ ହାତ ବାନ୍ଧି ଦୁଷ୍କର୍ମ କରିଥିଲା । ଝିଅ କଣ ପାଇଁ ଏତେ ସମୟ ହେବ ଘରକୁ ଫେରିନି ଭାବି ମା ଆଉ ଭାଉଜ ଖୋଜିବାକୁ ଗଲେ । ସେମାନେ କ୍ଷେତରେ ପୀଡିତା ଓ ଅଭିଯୁକ୍ତକୁ ଦେଖିଥିଲେ। ଏ ସମ୍ବନ୍ଧରେ କୁଶେଶ୍ୱରସ୍ଥାନ ଥାନାରେ ମାମଲା ରୁଜ୍ଜୁ କରାଯାଇଥିଲା। ନ୍ୟାୟାଳୟରେ ପୋଲିସ ଦ୍ୱାରା ଅଭିଯୁକ୍ତ ବିରୋଧରେ ଆରୋପ ପତ୍ର ସମର୍ପିତ କରିବା ପରେ ୨୦୧୯ ମେ’ ୩ ତାରିଖରେ କୋର୍ଟ ବିଚାରକୁ ନେଇଥିଲେ। ଜୁଲାଇ ୧୧ରେ ନ୍ୟାୟାଳୟରେ ଅଭିଯୁକ୍ତ ବିରୋଧରେ ଆରୋପ ଗଠନ କରାଯାଇଥିଲା। ଅଭିଯୁକ୍ତକୁ ନ୍ୟାୟାଳୟ ଗତ ସେପ୍ଟେମ୍ବର ୨୩ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ। ଅଭିଯୁକ୍ତ ଘଟଣା ପରଠାରୁ ଲଗାତାର ନ୍ୟାୟିକ ହେପାଜତରେ ଥିଲା।