ଦୁଇଟି ଛେଳିକୁ ଗିରଫ କଲା ତେଲେଙ୍ଗାନା ପୁଲିସ

0

(ସରୋଜ କୁମାର ରାଉତ/ରିପୋଟର୍ସ ଟୁଡେ): ତେଲେଙ୍ଗାନାର କରିମନଗରରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। କରିମନଗର ହୁଜୁରାବାଦରେ ପୁଲିସ ଦୁଇଟି ଛେଳିକୁ ଗିରଫ କରିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଅଭିଯୋଗ ହୋଇଛି କି ତେଲେଙ୍ଗାନା ସରକାରଙ୍କ ‘ହରିତ ଅଭିଯାନ’ ଆଧାରରେ ଲଗାଯାଇଥିବା ଗଛକୁ ଏହି ଦୁଇଟି ଛେଳି ଖାଇ ଦେଇଥିଲେ। ପୁଲିସ ଛେଳି ମାଲିକଙ୍କ ଉପରେ ଏକ ହଜାର ଟଙ୍କା ଜରିମାନା ଲଗାଇବା ପରେ ଦୁଇଟି ଛେଳିକୁ ଛାଡ଼ି ଦେଇଥିଲା।‘ସେଭ୍ ଦ ଟ୍ରିଜ’ ନାମକ ଏନ୍ଜିଓ ପାଖାପାଖି ୯୮୦ଟି ଗଛ ଲଗାଇଥିଲେ, କିନ୍ତୁ ଛେଳି ଏଥିମଧ୍ୟରୁ ୨୫୦ଟି ଗଛକୁ ଖାଇ ସାରିଲେଣି। ଏହି ମାମଲାକୁ ନେଇ ଏନ୍ଜିଓ ଅନେକ ଥର ପୁଲିସ ନିକଟରେ ଅଭିଯୋଗ ବି କରିଥିଲେ। ଗତ ମଙ୍ଗଳବାର ଅନିଲ ଓ ବିକ୍ରାନ୍ତ ନାମକ ‘ସେଭ୍ ଦ ଟ୍ରିଜ’ ଏନ୍ଜିଓର ଦୁଇ ସ୍ବେଚ୍ଛାସେବୀ ଦୋରନକୋଣ୍ଡା ରାଜାଙ୍କ ଦୁଇଟି ଛେଳିକୁ ଗଛ ଖାଉଥିବା ଦେଖିବା ପରେ ଧରି ନେଇ ହୁଜୁରାବାଦ ପୁଲିସକୁ ଜିମା ଦେଇଥିଲେ। ଛେଳି ମାଲିକ ଦୋରନକୋଣ୍ଡା ରାଜା କୁମ୍ମରିଓ୍ଵାଡାରେ ବସବାସ କରନ୍ତି। ତାଙ୍କୁ ଛେଳିଙ୍କୁ ସହର ବାହାରେ ବୁଲାଇବାକୁ ପୁଲିସ ପରାମର୍ଶ ଦେଇଛି।