ଦୁଇଟି ଟ୍ରକ ସହ ୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ ,୮ ଗିରଫ

0

(କଳ୍ପତରୁ ଜେନା / ଭୁବନ): ଆକ୍ସନ ମୋଡ଼ରେ ଢେଙ୍କାନାଳ ଜିଲ୍ଲା ଭୁବନ ପୋଲିସ । ଦୁଇଟି ଟ୍ରକ ସହିତ ୩ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ପୋଲିସ । ଏଥି ସହିତ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, ଆଜି ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଭୁବନ ଏସାର ପେଟ୍ରୋଲ ପମ୍ପ ନିକଟରୁ ଏକ ଚୋରା କୋଇଲା ବୋଝେଇ ଟ୍ରକ ଜବତ କରିବା ସହ ଟ୍ରକର ଡ୍ରାଇଭରକୁ ଗିରଫ କରିଛି । ଗିରଫ ଡ୍ରାଇଭର ଜଣକ ଭୁବନ ଥାନା ଗୁଡ଼ିପାଟଣା ଗାଁର ସନ୍ତୋଷ କୁମାର ମଲ୍ଲିକ । ଭୁବନ ପୋଲିସ ମଣିପୁର ଗାଁ ନିକଟରୁ ଏକ ବେଆଇନ ଚୋରା ମାଙ୍କଡା ପଥର ଟ୍ରକ ଜବତ କରିବା ସହ ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଗିରଫ କରିଛି ।ଦୁଇ ଗିରଫ ଅଭିଯୁକ୍ତ ସୁକିନ୍ଦା ଥାନା ଓଲିଆ ଗାଁର ସୁଦାମ ପ୍ରଧାନ ଓ ସୁବାସ ପ୍ରଧାନ । ସେହିପରି ବ୍ରାହ୍ମଣୀ ନଦୀ କଣପାଳ ଘାଟରୁ ୩ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଭୁବନର ରବୀନ୍ଦ୍ର କୁମାର ସାହୁ ଓ ସନ୍ତୋଷ ସାମଲ ,ମହୁଲପାଳ ଗାଁର ସୁଧାକର ସେଠୀ ଓ ଶ୍ରୀକାନ୍ତ ପରିଡା ଏବଂ ଲତାବିଲ ଗାଁର ପ୍ରଦୀପ ସାମଲ । ଗିରଫ ପରେ ୮ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।