( ଭୁବନେଶ୍ୱର/ ରିପୋର୍ଟସଟୁଡେ): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଥିବା ଦୁଇଟି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଧବଳେଶ୍ୱର ମନ୍ଦିର ଓ ଦୁର୍ଗା ମନ୍ଦିରରୁ ଏହି ଚୋରି ହୋଇଥିବା ଜଣାପଡ଼ିଛି।
ଦୁର୍ବୃତ୍ତମାନେ ଧବଳେଶ୍ୱର ମନ୍ଦିରର କବାଟ ଭାଙ୍ଗି ମା’ ପାର୍ବତୀଙ୍କ ରୁପା ମୁକୁଟ ଓ ହାର ଚୋରି କରି ନେଇଥିବା ବେଳେ ଦାନ ବାକ୍ସରୁ ମଧ୍ୟ ଟଙ୍କା ନେଇ ଯାଇଛନ୍ତି। ସେମାନେ ଦାନବାକ୍ସକୁ ମନ୍ଦିର ବାହାରେ ଫୋପାଡ଼ି ଦେଇଥିଲେ।
ସେହିପରି ଦୁର୍ବୃତ୍ତମାନେ ଦୁର୍ଗା ମନ୍ଦିରର କବାଟ ଭାଙ୍ଗି ରୁପା ମୁକୁଟ ଚୋରି କରି ନେଇଛନ୍ତି। ଏହାସହ ଦାନବାକ୍ସରୁ ବି ଟଙ୍କା ନେଇଯାଇଛନ୍ତି।