(ଆଦର୍ଶ ରାଉତ, ରିପୋଟର୍ସ ଟୁଡେ): ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରମାନାଥ କୋବିନ୍ଦ । ଆସନ୍ତା ୨୭ ତାରିଖ ସଂଧ୍ୟା ପ୍ରାୟ ୬ଟା ବେଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଁଞ୍ଚିବାର କାର୍ଯ୍ୟକ୍ରମ ରିହିଛି । ସେଠାରୁ ସେ ଭୁବନେଶ୍ୱରସ୍ଥିତ ରାଜଭବନଠାରେ ରାତ୍ରିଯାପନ କରିବେ । ୨୮ ତାରିଖ ଦିନ ସକାଳ ପ୍ର୍ରା ୬ଟା୧୦ ମିନିଟରେ ବାୟୁସେନାର ସ୍ୱତନ୍ତ୍ର ଚପର ସାହର୍ଯ୍ୟରେ ଗୋପାଳପୁର ଅଭିମୁଖେ ଯାଇ, ସେଠାରେ ଥିବା ଭାରତୀୟ ସେନା ଶିବିରରେ ଯୋଗ ଦେବେ ଏବଂ ଦିନ ପ୍ରାୟ ୧୧ଟା ବେଳେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ଏନେଇ ଆଜି ପୁଲିସ ଡିଜି ବି.କେ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସୁରକ୍ଷା ବୈଠକ ଭୁବନେଶ୍ୱରସ୍ଥିତ ଡିଜି କ୍ୟାମ୍ପ ଅଫିସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁଇନ୍ଦା ସ୍ୱତନ୍ତ୍ର ଡିଜି, ଅତିରିକ୍ତ ଡିଜି ରେଳବାଇ, ପୁଲିସ କମିଶନର, ଗୁଇନ୍ଦା ଆଇଜି, ଆଇଜି ଅପରେସନ, ଦକ୍ଷିଣାଞ୍ଚଳ ଡିଆଇଜି, ଭୁବନେଶ୍ୱର ଡିସିପି, ଏସ୍ପି ବହ୍ମପୁର ଓ ବିମାନବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏସ ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବ୍ଲୁ ବୁକର ଗାଇଡ ଲାଇନ ହିସାବରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ପୁଲିସ ଡିଜି ସୂଚନା ଦେଇଛନ୍ତି ।