ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଗୋଷ୍ଠି ସଂଘର୍ଷ

0

(ମଧୂସୁଦନ ବହିଦାର)ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ଥାନା ମହିମୁଣ୍ଡା ଗ୍ରାମର ଦୁଇ ପରିବାର ତଥା ପଡ଼ୋଶୀ ଭିତରେ ଗୋଷ୍ଠୀ ସଂଘର୍ଷରେ ଜଣେ ଗୁରୁତର ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ପୁର୍ବ ଶତୃତାରୁ ମୁକ୍ତେଶ୍ୱର ଗଡତିଆ ଏବଂ ସମାରୁ ପ୍ରଧାନ ଙ୍କ ପରିବାର ମଧ୍ୟରେ ପ୍ରଥମେ ବଚସା ଓ ପରେ ମାରପିଟ ହୋଇଥିଲା । ଠେଙ୍ଗା ବାଡିରେ ମାରପିଟ ହୋଇ ଉଭୟ ପକ୍ଷର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ମୁକ୍ତେଶ୍ୱର ଗଡତିଆ ଙ୍କ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସପିଟାଲ କୁ ଅଣାଯାଇ ଭର୍ତି କରାଯାଇଛି। ପୁଇଁନ୍ତଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁଇ ପଡୋଶୀ ପରିବାର ଭିତରେ ଦୀର୍ଘ ଦିନରୁ ଶତୃତା ଲାଗି ରହିଥିଲା ଓ ଅପର ପକ୍ଷ ପୁଇଁତଲା ଥାନାକୁ ଆସି ତାଙ୍କ ଚାରି ଚକିଆ ଟାଟା ସଫାରି ଗାଡିନଂଓଆର ୦୨ ଏକ୍ୟୁ୮୬୧୬ ଥାନା କୁ ଆସି ଜମା ଦେଇଥିବା ସୂଚନା ମିଳିଛି।ଏବଂ ପୋଲିସ ର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।