ଦୁନିଆର ଭୟଙ୍କର ଗୁମ୍ପା

0

(ମମତା ସାମଲ)ରିପୋର୍ଟସଟୁଡେ: ଦୁନିଆର ଭୟଙ୍କର ଗୁମ୍ପା ବୁଲିବା ପାଇଁ ପର୍ଯ୍ୟଟକଙ୍କୁ ୨ଲକ୍ଷ ଟଙ୍କାର ଟିକେଟ କିଣିବାକୁ ପଡେ । ଭିଏତନାମରେ ରହିଛି ଏପରି ଏକ ଗୁମ୍ପା । ଏହାର ଲମ୍ବ ୯କିମି,ଚୌଡା ୨ଶହ ମିଟର ଏବଂ ଉଚ୍ଚତା ୧୫୦ ମିଟର । ଏହା ମଧ୍ୟରେ ଜଙ୍ଗଲଠାରୁ ଆରମ୍ଭ କରି ନଦୀ ପର୍ଯ୍ୟନ୍ତ ସବୁ ରହିଛି । ଏଠାରେ ଥିବା ଜଳ ପ୍ରପତ୍ର ଶଦ୍ଦ ଗୁମ୍ପାର କାନ୍ଥରେ ପ୍ରତିଫଳିତ ହୋଇ ଭୟଙ୍କର ପ୍ରତିଧ୍ୱନୀ ସୃଷ୍ଟି କରିଥାଏ । ୧୯୯୧ରେ ଜଣେ ସ୍ଥାନୀୟ ବାସିନ୍ଦା ହୋ ଖାନମଙ୍କ ଏହି ଗୁମ୍ଫା ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ଗୁମ୍ଫାର ନାମକରଣ ହେଙ୍ଗ୍‌ ସୋନ୍‌ ଡୁଙ୍ଗ୍‌ ଭାବେ କରାଯାଇଥିଲା। ୨୦୧୩ରେ ଗୁମ୍ଫାକୁ ପର୍ୟ୍ୟଟକଙ୍କ ପାଇଁ ଖୋଲା ଯାଇଥିଲା। ପ୍ରତିବର୍ଷ ୨ରୁ ୩ ଶହ ପର୍ୟ୍ୟଟକ ଏଠାକୁ ଆସିଥାନ୍ତି। ଏହା ପୂର୍ବରୁ ପର୍ୟ୍ୟଟକଙ୍କୁ ୧୦ କିମି ପାଦରେ ଚାଲିବା, ପାହାଡ଼ରେ ଚଢ଼ିବା ଆଦି ସମ୍ପର୍କରେ ତାଲିମ ଦିଆଯାଇଥାଏ। ଅଗଷ୍ଟ ମାସ ପୂର୍ବରୁ ଏଠାକୁ ପର୍ୟ୍ୟଟକଙ୍କୁ ଆସିବାକୁ ଅନୁମତି ମିଳିଥାଏ। ଏହାପରେ ଗୁମ୍ଫାରେ ପ୍ରବାହିତ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଏହା ମଧ୍ୟରେ ପ୍ରବେଶ କରିବା ଅସମ୍ଭବ ହୋଇଥାଏ।