(ମମତା ସାମଲ)ରିପୋର୍ଟସଟୁଡେ :ଦିନକୁ ଦିନ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ପେଟପାଟଣା ପାଇଁ ରାଜ୍ୟ ବାହାରକୁ ହଜାର ହଜାର ଶ୍ରମିକ ଦାନନ କଟିବାକୁ ଯାଉଛନ୍ତି । ଦାନନ କଟିବାକୁ ଯାଉଥିବା ବ୍ୟକ୍ତି ଅକଥନୀୟ ନିର୍ଯ୍ୟାତନା ଶୀକାର ହେଉଛନ୍ତି । ଦୁବାଇରେ ପ୍ରାୟ ୧୦ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା ଜଣାପଡ଼ିଛି । ସେମାନେ ସେଠାରୁ ମୁକୁଳିବାକୁ ଭିଡ଼ିଓ ଜରିଆରେ ଆକୁଳ ନିବେଦନ କରିଛନ୍ତି ।
ମିଳିଥିବା ପ୍ରାଥିମିକ ସୂଚନା ମୁତାବକ, ନୟାଗଡ଼ର ୧୦ ଜଣ ଶ୍ରମିକ ଦୁବାଇକୁ କାମ କରିବାକୁ ଯାଇଥିଲେ । ମାତ୍ର ସେଠାରେ ତାଙ୍କୁ କିଛି ମାସ ହେଲା ଦରମା ମିଳୁ ନାହିଁ । ଏହା ସହିତ ସେମାନଙ୍କୁ ନିର୍ୟ୍ୟାତନା ମଧ୍ୟ ଦିଆଯାଉଛି । ଏ ନେଇ ସେମାନେ ଏକ ଭିଡ଼ିଓ ଜରିଆରେ ଅଭିଯୋଗ କରିଛନ୍ତି । ଭିଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ଘୁରି ବୁଲୁଛି ।ସେମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି । ଖୋର୍ଦ୍ଧା ବାଲୁଗାଁର ଜଣେ ଦଲାଲ ଶ୍ରମିକଙ୍କୁ ନେଇଥିବା ଅଭିଯୋଗ ହୋଇଛନ୍ତି । ସେପଟେ ଶ୍ରମିକଙ୍କ ପରିବାର ଲୋକମାନେ ସରକାରଙ୍କ ନିକଟରେ ଅନୁରୋଧ କରିଥିବା ସୂଚନା ମିଳିଛି ।