ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

0

(ରିପୋଟର୍ସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ମୋହରା ଛକଠାରେ ବୁଧବାର ପୂର୍ବାହ୍ନରେ ସଡ଼କ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ସେମାନଙ୍କୁ ଖଡ଼ିଆଲ ମିଶନ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଦିଲୀପ ଓ କିଶୋରଙ୍କୁ ଡାକ୍ତର ହସ୍‌ପିଟାଲରେ ମୃତ ଘୋଷଣା କରିଥିଲେ । ଆହାତ ଜଣକ ହେଉଛନ୍ତି ବିକାଶ
ସୂଚନା ଅନୁସାରେ ସେମାନେ ବଙ୍ଗୋମୁଣ୍ଡା ଠାରେ ଅନୁଷ୍ଠିତ ଧନୁଯାତ୍ରା ଦେଖି ନିଜ ଘରକୁୁ ଏକ ବାଇକରେ ଫେରୁଥିଲେ । ଦ୍ରୁତ ଗତିରେ ଯାଉଥିବା ବାଇକ ମୋହରା ଛକ ବୁଲାଣିଠାରେ ଭାରସାମ୍ୟ ହରାଇବାରୁ ବ୍ରେକରରେ ପିଟିହୋଇ ଯାଇଥିଲା। ଫଳରେ ୩ ଜଣ ଯୁବକ ବାଇକ୍‌ରୁ ଛିଟିକି ପଡ଼ିବାରୁ ସେମାନଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା।
ସୂଚନା ପାଇ ଖଡ଼ିଆଲ ପୁଲିସ ଘଟଣାସ୍ଥଳକୁ ଯାଇ ୩ ଜଣଙ୍କୁ ଉଦ୍ଧାର କରି ଖଡ଼ିଆଲ ମିଶନ ହସ୍‌ପିଟାଲ ସ୍ଥାନାନ୍ତର କରିଥିଲେ ପୋଲିସ ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।