(ଜୟନ୍ତ କୁମାର ସେଠୀ /ପୁରୀ): ପୁରୀର ଦୁର୍ଦ୍ଦାନ୍ତ ଅପରାଧୀ ମାଧବ ଚନ୍ଦ୍ର ଖୁଣ୍ଟିଆକୁ ପୁରୀ ପୋଲିସ ଗିରଫ କରିଛି। ପୂର୍ବତନ ପୌରସଦସ୍ୟ ତଥା ସେବାୟତ ଗୁନ ସିଂହାରୀ ହତ୍ୟାକାଣ୍ଡ ମାମଲାରେ ମାଧବକୁ ଗିରଫ କରାଯାଇଛି।୨୦୧୨ ଅଗଷ୍ଟ ୨୨ରେ ବାଲିସାହି ପଂଚାୟତ ଯାଗା ସମ୍ମୁଖରେ ଗୁନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ରାଜନୈତିକ ଏବଂ ବ୍ୟବସାୟ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା। ଯାହା କି ବେଶ ଚର୍ଚ୍ଚାର ବିଷୟ ହୋଇଥିଲା। ପରେ ଅଭିଯୁକ୍ତ ମାଧବ ଖୁଣ୍ଟିଆ ହାଇକୋର୍ଟରୁ ନିଜର ଗିରଫ ଦାରୀ ଉପରେ ଷ୍ଟେ ଅର୍ଡର ଆଣିବାକୁ ସକ୍ଷମ ହୋଇଥିଲା। ଏଣୁ ପୋଲିସ ତାକୁ ଗିରଫ କରି ପାରି ନ ଥିଲା। ତେବେ ହାଇକୋର୍ଟର ଷ୍ଟେ ଅର୍ଡର ସମୟ ଅବଧି ସରିବା ପରେ ପୋଲିସ ମାଧବକୁ ଗିରଫ କରିଛି।