( ଭୁବନେଶ୍ୱର / ରିପୋର୍ଟସଟୁଡେ): ସବୁଠାରୁ ସୁନ୍ଦର ଜହ୍ନ ଦେଖିବାକୁ ଚାହୁଁଛନ୍ତି କି ତେବେ ଆଜି ରାତି ପ୍ରାୟ ସାଢ଼େ ୩ଟା ବେଳେ ଉଠି ପଡ଼ନ୍ତୁ । ବାହାରକୁ ଆସି ଆକାଶକୁ ଚାହାନ୍ତୁ । କାରଣ ଆଜି ରାତି ହୋଇଯିବ ଅଧିକ ଉଜ୍ଜ୍ୱଳମୟ । କାରଣ ଆଜି ଆକାଶରେ ଦେଖିବାକୁ ମିଳିବ ୨୦୧୯ର ଶେଷ ସୁପର ମୁନ୍ । ଏହି ସୁପର ମୁନ୍ ପୃଥିବୀ ପୃଷ୍ଠରୁ ଅତି ନିକଟତର ହୋଇ ଅତ୍ୟଧିକ ବଡ ଓ ଉଜ୍ଜ୍ୱଳ ଦେଖାଯିବ ।
କଣ ଏହି ସୁପର ଓ୍ଵର୍ମ ମୁନ୍ ଓ କେତେବେଳ ଦେଖାଯିବ ?
ଯେତେବେଳେ ଚନ୍ଦ୍ରର ନିଜସ୍ୱ ଆକାରରୁ ୧୪ ପ୍ରତିଶତ ବଡ ଗୋଲାକାର ଓ ୧୨ ପ୍ରତିଶତ ଉଜ୍ଜ୍ୱଳମୟ ଦିଶିବ ସେତେବେଳେ ଏହାକୁ ସୁପର ଓ୍ଵର୍ମ ମୁନ୍ ବୋଲି କୁହାଯାଏ । ଆଉ ଏହି ସୁପର ଓ୍ଵର୍ମ ମୁନ୍ ଭାରତରେ ୨୧ ଜାନୁଆରୀ ଓ ୧୯ ଫେବ୍ରୁଆରୀରେ ନଜର ଆସିଥିଲା ।
ଏହି ବିରଳ ଦୃଶ୍ୟ ଭାରତୀୟ ସମୟ ବୁଧବାର ରାତି ୩.୨୮ରୁ ଗୁରୁବାର ସକାଳ ୭.୧୩ ପର୍ୟ୍ୟନ୍ତ ୪ଘଣ୍ଟା ବ୍ୟାପି ଦେଖାଯିବ । ପୂର୍ବରୁ ୨୦୦୦ ମାର୍ଚ୍ଚରେ ଏହା ଦେଖା ଦେଇଥିଲା ଓ ପୁନର୍ବାର ଏହା ୨୦୩୦ ବେଳକୁ ଆକାଶରେ ଦୃଶ୍ୟମାନ ହେବ ।
ଆଜି ଉଭୟ ଦିନ ଓ ରାତି ଅର୍ଥାତ ଦିନ ୧୨ଘଣ୍ଟା ଓ ରାତି ମଧ୍ୟ ୧୨ ଘଣ୍ଟା ସମାନ ରହିବ । ଏହି ଦିନରେ ସୂର୍ୟ୍ୟ ଠିକ୍ ପୂର୍ବରୁ ଉଦୟ ହୋଇ ପଶ୍ଚିମ ଦିଗରେ ଅସ୍ତ ହୋଇଥିନ୍ତି । ଏହି ସୁପର ମୁନ୍କୁ ସୁପର ଓ୍ଵର୍ମ ମୁନ ବୋଲି କୁହାଯାଏ । ଅଉ ଏହା ୟୁରୋପରେ ରାତି ୧୨.୪୫ରେ ଦେଖାଯିବ ।