ଦେଶର ଉନ୍ନତ୍ତିିରେ କ୍ରୀଡାର ଭୁମିକା

0

(ରିପୋର୍ଟସଟୁଡେ) ଭୁବନେଶ୍ୱର: ବୁଧବାର ଦିନ ଇଂରାଜୀ ଖବରକାଗଜ ଇତ୍ପସ ଭ୍ୟାଲି ଟାଇମ୍ସ ଓ କଳିଙ୍ଗ ସ୍ୱୋର୍ଟ୍ସ ପକ୍ଷରୁ ‘ଦେଶର ଉନ୍ନତିରେ କ୍ରୀଡାର ଭୂମିକା’କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ ୍ରଘଡାଇ, ଅଲମ୍ପିଆନ ଅନୁରାଧା ବିଶ୍ୱାଳ, ଜେକେ ଗ୍ରୁପର ସାଧାରଣ ପ୍ରବନ୍ଧକ ପ୍ରଫେସର ପ୍ରଫୁଲ କୁମାର ଧଳ ପ୍ରମୁଖ ଯୋଗ ଦେଇ ଏହା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କ୍ରୀଡା କ୍ଷେତ୍ରରେ ଉଲ୍ଲଖନୀୟ କାର୍ଯ୍ୟ ପାଇଁ ବଲାଙ୍ଗୀର ବକ୍ସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୌଦାମିନୀ ଛତ୍ରିଆ, ଯୁବ ଉଦ୍ୟୋଗୀ ଆଶୁତୋଷମେହର ,ହାଇଟେକ ମେଡିକାଲର ମୁଖ୍ୟ ପ୍ରଶାସିକା ଏମବେହେରା ଓ ବାଲେଶ୍ୱର ଯୁବ ସାମ୍ବାଦିକ ସୁଦାମ କୁମାର ପାତ୍ରଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିଲା । ଏହି କର୍ମଶାଳାରେ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।