( ଭୁବନେଶ୍ୱର / ରିପୋର୍ଟସଟୁଡେ): ପୁରୀ ବ୍ରହ୍ମଗିରି ସ୍ଥିତ ପଲଙ୍କ ଗାଁରେ ଏକ ଦୋକାନ ଉପରକୁ ବୋମାମାଡ ହୋଇଛି । ଏହା ସହିତ ଦୋକାନରେ ଥିବା ପ୍ରାୟ ଦଶ ହଜାର ଟଙ୍କାକୁ ଦୁର୍ବୃତ୍ତମାନେ ଲୁଟ କରି ନେଇ ଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ବ୍ରହ୍ମଗିରି ଥାନାରେ ଏତଲା ଦିଆଯାଇଛି ।
ସୂଚନାନୁସାରେ, ଆଜି ସକାଳେ ଦୁର୍ବୃତ୍ତମାନେ ବ୍ରହ୍ମଗିରି ପଲଙ୍କ ଗାଁର ଏକ ଦୋକାନ ଉପରକୁ ବୋମାମାଡ କରିଥିଲେ । ଏହା ସହ ଦୋକାନରୁ କିଛି ସାମଗ୍ରୀ ଓ ୧୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ବୋମାମାଡର କାରଣ ଏ ପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି । ସ୍ଥାନୀୟ ଲୋକମାନେ ଏ ସଂପର୍କରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।