ଧରାପଡିଲା କୁଖ୍ୟାତ ବାଇକ ରାକେଟ

0

( ଭୁବନେଶ୍ୱର / ରିପୋର୍ଟସଟୁଡେ): ଅନୁଗୁଳ ଥାନା ପୋଲିସ ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋର ରାକେଟର ପର୍ଦ୍ଦାଫାସ କରିଛି। ଏଥିରେ ୧୨ ଜଣ ବାଇକ୍ ଚୋରଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୨୮ଟି ବାଇକ୍ , ଗୋଟିଏ ପିସ୍ତଲ ଏବଂ ୬ଟି ମୋବାଇଲ ଫୋନ ଜବତ କରାଯାଇଛି।

ଏହାବିଷୟରେ ଏସଡିପିଓ ଅଶ୍ବନୀ ସାହୁ ସୂଚନା ଦେଇଛନ୍ତି, ଡେରଜାଙ୍ଗା ପ୍ରୋଜେକ୍ଟ ଡ଼୍ୟାମ୍ ପାଖରେ କିଛି ଅଜଣା ଯୁବକ ମିଶି ଡକାୟତିର ଉଦ୍ୟମ କରୁଥିବା ସୂଚନା ମିଳିଥିଲା। ଯାହାପରେ ସେହି ସ୍ଥାନରେ ଚଢ଼ାଉ କରି ଘଟଣାସ୍ଥଳରୁ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିଲା।
ପୋଲିସ କାର୍ୟ୍ୟ ନୁଷ୍ଠାନ ପରେ ଅଭିଯୁକ୍ତମାନେ ଚୋରି କରିଥିବା ସ୍ବୀକାର କରିଥିଲେ। ପରେ ଆଉ ଚାରି ଜଣ ଚୋରଙ୍କୁ ଧରିଥିବା ବେଳେ ସମୁଦାୟ ୨୮ଟି ବାଇକ୍ ଜବତ କରିଥିଲା ପୋଲିସ୍।