(ମମତା ସାମଲ)ରିପୋର୍ଟସଟୁଡେ: ଘାସ ଗାଲିଚା ହେଉକି କାର,ସବୁରି ଉପରେ ବରଫର ଆସ୍ତରଣ । ପାଣି ,ଗଛରେ ମଧ୍ୟ ବରଫ ତାର ସ୍ଥାନ ଅକ୍ତିଆର କରିଛି । ପ୍ରବଳ ଶୀତ କାରଣରୁ କେନ୍ଦୁଝରରେ ପ୍ରଥମ ତୁଷାରପାତ ହୋଇଛି । କାଠୁଆ ଶୀତ ହେଉଥିଲେ ମଧ୍ୟ ଲୋକେ ବରଫ ଦେଖିବାକୁ କିଛି ସମୟ ପାଇଁ ଗହଳି ଜମାଇଥିଲେ ।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ରାତିରେ ତୁଷାରପାତ ହୋଇଥିବା ଖବର ମିଳିଛି । ଜିଲ୍ଲାରେ ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିଥିଲା । ବର୍ଷା ଛାଡ଼ିବା ପରେ ତାପମାତ୍ରା ଗତ କାଲି ରାତିରେ ହଠାତ ତଳକୁ ଖସି ଆସିଥିଲା ।
ଜିଲ୍ଲାର ସଦରବ୍ଲକର ବାଉରିପଦା, ରାଇସୁଆଁ, ବଡ଼ବିଲ, ତଣ୍ଡିଯୋଡ଼ା, କାଞ୍ଜିପାଣି, କିରିବୁରୁ ସମେତ ବିଭିନ୍ନ ସ୍ଥାନରେ ତୁଷାରପାତର ଛିଟା ଦେଖିବାକୁ ମିଳିଛି । କାଞ୍ଜିପାଣି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ତୁଷାରପାତ ହୋଇଥାଏ କିନ୍ତୁ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ତୁଷାରପାତ ଲୋକଙ୍କୁ ଖୁସି ଆଣିଦେଇଛି । କେନ୍ଦୁଝରରେ ତାପ ମାତ୍ରା ୫.୬ ଡିଗ୍ରୀ ରହିଛି ।