ଧାନକଟା ମେସିନରେ ହାତ,ଗୋଡ଼ କଟି ଯୁବକ ଗୁରୁତର

0

(ସନ୍ତୋଷ ଲମ୍ବତା)ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ କରପା ପଞ୍ଚାୟତର ଶୁଳିପଦର ଗାଁର ଯୁବକ ଚନ୍ଦ୍ରବାଗ(୪୦) ଧାନକଟା ମେସିନରେ ହାତ ଓ ଦୁଇଟି ଗୋଡ଼ ବାଜି ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ଆଜି ୨ଟା ସମୟରେ ଶୁଳିପଦର ଗାଁର ଯୁବକ ଚନ୍ଦ୍ରବାଗ(୪୦) ନିଜ ଜମିରେ ଧାନକଟା ମେସିନ ସାହାର୍ଯ୍ୟରେ ଧାନ କାଟୁଥିଲେ । ସେ ମେସିନକୁ କୌଣସି କାରଣରୁ ଚକରେ ଥିବା ହେଣ୍ଡଲକୁ ଧରିବା ବେଳେ ଚନ୍ଦ୍ର ଧରିଥିବା ଗାମୁଛା ଟାଣି ହୋଇଯାଇଥିଲା । ଯାହା ଫଳରେ ଚନ୍ଦ୍ରର ବାମ ହାତ,ମୁଣ୍ଡ ଓ ଦୁଇଟି ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ଏହି କାମ ନିକଟରେ ଥିବା ଅନ୍ୟ ଯୁବକ ମାନେ ଚନ୍ଦ୍ରକୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଯୋଗା ଯୋଗ କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଏଠାରେ ଆୟୁଷ ଡ଼ାକ୍ତର ପ୍ରମୋଦ କୁମାର ମିଶ୍ର ଆମ୍ବୁଲାନ୍ସରେ ରୋଗୀକୁ ପ୍ରାଥମିକ ଚିକିତ୍ସା କରି ଅବସ୍ଥା ଗୁରୁତର ରହିଥିବା ଯୋଗୁଁ ସଙ୍ଗେ ସଙ୍ଗେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଡ଼ାକ୍ତର ମିଶ୍ର ପ୍ରକାଶ କରିଛନ୍ତି ।