(ପ୍ରଶାନ୍ତ କୁମାର ସ୍ବାଇଁ) ପାରାଦ୍ଵୀପ: ତୈଳବିଶୋଧନାଗାର ଫାଟକ ନିକଟରେ ୪ଦଫା ଦାବି ନେଇ ଧାରଣାରେ ବସିଛନ୍ତି ପୂର୍ବ ଭାରତ ତୈଳବିଶୋଧନାଗାର ପରିବାର କଲ୍ୟାଣ ସମିତି। ଆଇଓସିଏଲ୍ ର ପାରାଦୀପ ତୈଳ ବିଶୋଧନାଗାର ପ୍ରତିଷ୍ଠା ପାଇଁ ସ୍ଥାନୀୟ ୧୪୩ ପରିବାରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏବଂ ଜମି ଅଧିଗ୍ରହଣ ବେଳେ କମ୍ପାନୀ ପକ୍ଷରୁ ଏହି ବିସ୍ଥାପିତ ପରିବାର ମାନଙ୍କୁ କମ୍ପାନୀ କାର୍ଯ୍ୟକ୍ଷମ ହେବା ପରେ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ଲିଖିତ ଆକାରରେ ଦିଆଯାଇଥିଲା। ହେଲେ ଏବେ କିଛି ଠିକାଦାର ମାନଙ୍କ ପାଖରେ ଅଣ କୂଶଳି ଭାବରେ ଏହି ବିସ୍ଥାପିତ ପରିବାର ର ପିଲା ମାନଙ୍କୁ କାର୍ଯ୍ୟ କରାଉଥିବା ଅଭିଯୋଗ ହେଉଛି। ତେବେ ଏହାକୁ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ତୈଳବିଶୋଧନାଗାର ସମ୍ମୁଖରେ ଧାରଣା ଦେଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଧାରଣା କାରୀ। ଯେ ପର୍ଯ୍ୟନ୍ତ ଦାବି ପୁରଣ ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣା ଶାନ୍ତିପୂର୍ଣ ଭାବେ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ।