ଧାରା ୩୭୦କୁ ନେଇ ମାଲାଲାଙ୍କ ଚିନ୍ତା

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଧାରା ୩୭୦ ଉଚ୍ଛେଦ ହେବା ପରେ ନୋବେଲ୍‌ ପୁରସ୍କାର ପ୍ରାପ୍ତ ମଲାଲା ୟୁସଫଜାଇ କାଶ୍ମୀର ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ ପାକିସ୍ତାନ ଅଧିକୃତ କଶ୍ମୀର ଉପତ୍ୟକାରେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି।
ଗୁରୁବାର ମାମଲା ଟୁଇଟ କରି ଜଣାଇଛନ୍ତି, ତାଙ୍କ ଜେଜେଙ୍କ ପିଲା ଦିନରେ କାଶ୍ମୀର ବାସୀ ସଂଘର୍ଷ ମଧ୍ୟରେ ଦିନ ବିତାଉଛନ୍ତି । ହିଂସା ମଧ୍ୟରେ ସେମାନଙ୍କ ଜୀବନ ଅତିବାହିତ ହୋଇ ଆସୁଛି । ବର୍ତ୍ତମାନ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ସ୍ଥିତି ଆହୁରି ଗମ୍ଭୀର ହୋଇ ପଡିଛି । ଏପରି ସ୍ଥିତିରେ ସେଠାର ମହିଳା ଓ ଶିଶୁଙ୍କ ନିରାପତ୍ତା ସବୁଠାରୁ ବଡ ଚିନ୍ତାର ବିଷୟ ।
ଏଥିସହ ସେ ଟୁଇଟରେ ଆହୁରି ଉଲ୍ଲେଖ କରିଛନ୍ତି, କଶ୍ମୀରରେ ଶାନ୍ତି ପାଇଁ ଅନ୍ତର୍ଜାତୀୟ ସମୁଦାୟ ଅ।।ଗେଇ ଆସନ୍ତୁ । ସମସ୍ତ ଦକ୍ଷିଣ ଏସୀୟ, ଅନ୍ତର୍ଜାତୀୟ ସମୁଦାୟ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷମାନେ ସେମାନଙ୍କ ଦୁର୍ଦ୍ଦଶା ପ୍ରତି ଦୃଷ୍ଟି ଦେବେ ବୋଲି ମାଲାଲା ଆଶା କରୁଛନ୍ତି। ଆମ୍ଭମାନଙ୍କ ମଧ୍ୟରେ ଯାହା ମତାନ୍ତର ରହିଥାଉ ପଛେ, ଆମେ ମାନବିକ ଅଧିକାରକୁ ସୁରକ୍ଷା ଦେବା, ଶିଶୁ ଓ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ଏବଂ କଶ୍ମୀରରେ ସାତ ଦଶନ୍ଧି ପୁରୁଣା ସଂର୍ଘଷକୁ ଶାନ୍ତିରେ ସମାଧାନ କରିବା ପାଇଁ ଧ୍ୟାନ ଦେବା ଆବଶ୍ୟକ ।