ଧାରା ୩୭୦ ଉଚ୍ଛେଦ କରି ଇତିହାସ ରଚିଲେ ମୋଦି

0

(ଶୁଭସ୍ମିତା/ ଶିଳାସ୍ମିତା) ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ମୋଦି ଜାମ୍ମୁ ଓ କାଶ୍ମୀରରେ ଲାଗୁ ହେଉଥିବା ଧାରା ୩୭୦କୁ ଉଚ୍ଛେଦ କରି ଏକ ଇତିହାସ ରଚନା କରିଛନ୍ତି । ଏବେ ଜାମ୍ମୁକାଶ୍ମୀର ଓ ଲଦାଖ ଦୁଇଟି ଅଲଗା ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ହୋଇଛି । ଉଭୟ କେନ୍ଦ୍ର ସରକାର ଅଧୀନରେ ରହିବ । ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାର ଅବସାନ ହେଲା । ତେବେ ଏହି ଧାରା କଣ ଓ ଏହା ଉଚ୍ଛେଦ ପରେ କଣ ପରିବର୍ତ୍ତନ ହେବ ଉଭୟ କେନ୍ଦ୍ର ଶାସିତ ଅଞ୍ଚଳରେ ତାହା ଜାଣିବା ଆବଶ୍ୟକ ।
– ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀର ଭାରତରେ ମିଶିବ ।
– ଜାମ୍ମୁ ଓ କାଶ୍ମୀର ଏବେ କେବଳ ଭାରତର ନାଗରିକ କୁହାଯିବ ।
– ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ତ୍ରିରଙ୍ଗା ପତାକା ଉଡ଼ିବ ।
– ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଏବେ ସେଠାରେ ରାଷ୍ଟ୍ରପତି ଶାସନ ମଧ୍ୟ ଜାରି ହୋଇପାରିବ ।
– ବାହାର ରାଜ୍ୟର ଲୋକ ସେଠାକାର ବାସିନ୍ଦା ହୋଇପାରିବେ ।
– ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ ଆର୍‌ଟିଆଇ ଆଇନ ଲାଗୁ ହୋଇ ପାରିବ ।
-ଜାମ୍ମୁ କାଶ୍ମୀର ଭାରତର ଅଂଗ ରୂପେ ପରିଗଣିତ ହେବ ଓ ଭାରତୀୟ ଆଇନ କାନୁନ ସେଠାରେ ଲାଗୁ ହେବ ।
କେନ୍ଦ୍ରର ଏହି ଯୁଗାନ୍ତକାରୀ ପଦକ୍ଷେପକୁ ଦେଶର ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଏହାକୁ ସଂସଦରେ ବିଜେଡି, ଏଆଇଏଡିଏମକେ, ବିଏସପି, ୟାଇଏସଆରସି ଏହାକୁ ସମର୍ଥନ କରିଥିବା ବେଳେ ଜେଡିୟୁ ଓ କଂଗ୍ରେସ, ପିଡିପି ଏହାକୁ ବିରୋଧ କରିଛି । ତେବେ ଏହି ଧାରା ଉଚ୍ଛେଦ ପରେ ଦେଶରେ ହିଂସା ଆଶଙ୍କାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।