ଧାରା ୩୭୦: ସର୍ବଦଳୀୟ ବୈଠକରେ ଇମରାନ ଅନୁପସ୍ଥିତ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଗତକାଲି ଧାରା-୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନରେ ପ୍ରବଳ ବିରୋଧ ଦେଖିବାକୁ ମିଳିଛି । ପାକିସ୍ତାନ ଏଥିନେଇ ପାକିସ୍ତାନରେ ଥିବା ଭାରତୀୟ ହାଇ କମିଶନକୁ ପତ୍ର ଲେଖି ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ଏହା ଭାରତର ମନମାନି ବୋଲି କହିଛି । ଏଥିନେଇ ଭାରତକୁ ବହୁ ମୂଲ୍ୟ ଦେବାକୁ ହେବ ବୋଲି ଧମକ ଦେବାକୁ ମଧ୍ୟ ପାକିସ୍ତାନର ବିଦେଶ ମନ୍ତ୍ରୀ କୁରେଶୀ ପଛେଇ ନାହାନ୍ତି ।
ଏପରି ସ୍ଥିତିରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା ଲାଗି ଆଜି ପାକିସ୍ତାନ ପାର୍ଲାମେଣ୍ଟର ଦୁଇ ସଦନର ମିଳିତ ବୈଠକ ଆହ୍ଵାନ କରାଯାଇଥିଲା। ମାତ୍ର ଏହି ବୈଠକରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଅନୁପସ୍ଥିତ ଥିଲେ । ଖାନଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ ହୋଇଥିଲା। ପରିସ୍ଥିତି ଅଣାୟତ ହେବାରୁ ବାଚସ୍ପତି ନିଜ ଆସନ ଛାଡ଼ି ଚାଲିଯାଇଥିଲେ। ଫଳରେ ସେଠାରେ କାଶ୍ମୀର ପ୍ରସଙ୍ଗ ଆରମ୍ଭ ପୂର୍ବରୁ ଅନ୍ତ ହେଲା ।