ଧାର୍ମିକ ପୋଷ୍ଟରରେ ପର୍ଣ୍ଣଷ୍ଟାରଙ୍କ ଫଟୋ ନେଇ ବିବାଦ

0

କାଞ୍ଚିପୁରମ: ତାମିଲନାଡୁର କାଞ୍ଚିପୁରମରେ ଏକ ଧର୍ମୀୟ କାର୍ଯ୍ୟରେ ଲାଗିଥିବା ପୋଷ୍ଟରକୁ ନେଇ ବିବାଦ । ପୋଷ୍ଟରରେ ଲାଗିଛି ପର୍ଣ୍ଣଷ୍ଟାର ମିୟା ଖଲିଫାଙ୍କ ଫଟୋ । ଆଦି ଉତ୍ସବ ପାଇଁ ଏହି ହୋଡିଂ ଲଗାଯାଇଥିଲା । ଏଥିରେ ଦେବୀ ପାର୍ବତୀ ବା ଆମ୍ମାନଙ୍କ ପୂଜା ହେଉଥିବା ବେଳେ ତାଙ୍କ ଫଟୋ ଜାଗାରେ ଲାଗିଥିଲା ମିୟାଙ୍କ ଫଟୋ । ମିୟାଙ୍କ ଫଟୋ ଥିବା ପୋଷ୍ଟର କୁରୁଭିମଲାଇର ନାଗାଥାମନ ଓ ସୋଲିୟମନ ମନ୍ଦିରରେ ଲଗାଯାଇଥିଲା । ଫଟୋକୁ ଦେଖି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏଥିସହ କାଞ୍ଚିୁୁପମ ଅଞ୍ଚଳରେ ବିବାଦ ଦେଖିବାକୁ ମିଳିଥିଲା । ଉତ୍ତେଜନା ପ୍ରକାଶ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେହି ପୋଷ୍ଟର ଉତାରି ଦେଇଥିଲା ।