ନକଲି ମହୁ ବେପାରୀ ଥାନାରେ ଅଟକ

0

(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଦୀର୍ଘ ଦିନ ହେବ ମହୁ ବେପାରୀମାନେ ପ୍ରତିଦିନ ମହୁ ବିକ୍ରି କରିଥାଆନ୍ତି । କିନ୍ତୁ କିଛି ଗ୍ରାମବାସୀଙ୍କର ଉକ୍ତ ମହୁ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ଅଟକ ରଖି ପଚାରିବାରୁ ବେପାରିମାନେ ନକଲି ମହୁ ବିକ୍ରି କରୁଥିବାର ମାନିଥିଲେ । ପରେ ସେହି ୫ ଜଣଙ୍କୁ ଭୁବନ ଥାନାକୁ ନେଇ ହାଜର କରିଥିଲେ ଗ୍ରାମବାସି। ପୋଲିସ ସମସ୍ତ ମହୁ ଫେଣା ଗୁଡିକୁ ଜବତ କରିବା ସହିତ ସେମାନଙ୍କୁ ଅଟକ ରଖିଛି ।