(ରଜନୀକାନ୍ତ ପାତ୍ର / ଗଞ୍ଜାମ): ହିଞ୍ଜିଳିକାଟୁ ସହରର ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି ଗୃହ ଓ ନଗରଉନ୍ନୟନ ସଚିବ । ପ୍ରଥମେ ହିଞ୍ଜିଳିକାଟୁ ନେତାଜୀ କଲ୍ୟାଣ ମଣ୍ଡପରେ ଆୟୋଜିତ ହେଇଥିବା ମୋ ୱାର୍ଡ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ । ପରେ ହିଞ୍ଜିଳି ଦେଉଳି ବନ୍ଧର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ଏବଂ ନୂଆଗଡ ଠାରେ ନିର୍ମାଣ ହୋଇଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ବୁଲି ଦେଖିଥିଲେ । ସଚିବଙ୍କ ଏହି କାର୍ୟ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ନଗର ବିଜେଡି ସଭାପତି ଭୀମସେନ ବେହେରା, ମୁଖ୍ୟମନ୍ତ୍ରୀଙ୍କ ପୌରାଞ୍ଚଳ ପ୍ରତିନିଧି ସଞ୍ଜୟ କୁମାର ପଣ୍ଡା, ପୌରକାର୍ୟ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ, ବିଡିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଡଃ. ପ୍ରଭାତ କୁମାର ପରିଡା, କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ ମିଶ୍ର, ମାନସ ରଞ୍ଜନ ଦାସଙ୍କ ସମେତ ବହୁ ଜନପ୍ରତିନିଧି ଓ ପୌର କର୍ମଚାରୀ ଉପସ୍ଥିତ ଥିଲେ ।