ନଡିଆ ଚାଷୀ ମାନଙ୍କୁ ନେଇ ବୈଠକ

0

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ସାଣ୍ଢାରା ଗ୍ରାମ ପଞ୍ଚାୟତରେ ଥିବା ବେବିନା କୋକନଟ ଡେଭଲମେଣ୍ଟସୋସାଇଟି ପରିସରରେ ନଡିଆ ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସୋସାଇଟିର ସଭାପତି ଗଙ୍ଗାଧର ଛାଟୋଇ ଅଧ୍ୟକ୍ଷତା କରି ବାତ୍ୟାରେ ସତ୍ୟବାଦୀରେ ନଡିଆ ଚାଷୀ ମାନଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଛି ବୋଲି କହିଥିଲେ । ନଡିଆ ଗଛରେ ଫଳ ଆସିବାକୁ ଆଉ ପ୍ରାୟ ୨ ବର୍ଷ ଲାଗିଯିବ ବୋଲି ପୁରୁଖା ଚାଷୀ ମାନେ କହିଥିଲେ । ଏହି ପରୀପ୍ରେକ୍ଷୀରେ ନଡିଆ ଚାଷୀର କିପରି ଉନ୍ନତି ହେବ ସେ ସମ୍ପର୍କରେ ଆଲେଚନା କରାଯାଇ ଉଦ୍ୟାନ କୃଷି ବିଭାଗକୁ ଜଣାଇବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ଆଲେଚନା ଶିବିରରେ ଶିବ ପ୍ରସାଦ ଦାସ, ଶଙ୍କର ସାହୁ, ନରେନ୍ଦ୍ର ଦଳାଇ ପ୍ରମୁଖ ନଡିଆ ଚାଷୀ ମାନେ ଉପସ୍ଥିତ ରହିଥିଲେ ।