ନଦୀକୁ ଡେଇଁଲେ କଲେଜ ଛାତ୍ରୀ

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): କଟକ ଜିଲ୍ଲା ନିଶ୍ଚିତ କୋଇଲି ଅନ୍ତର୍ଗତ ବରପଡା ନିକଟରେ ଥିବା ଏକ ପୋଲ ଉପରୁ ନଦୀକୁ ଡେଇଁ ଜଣେ କଲେଜ ଛାତ୍ରୀ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଛାତ୍ରୀ ହେଲେ ମୋନାଲିନୀ ମହାନ୍ତି । ସେ ଯୁକ୍ତ ୨ର ଛାତ୍ରୀ ବୋଲି କୁହାଯାଉଛି । ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି।
ସୂଚନାନୁସାରେ କଲେଜ ଛାତ୍ରୀ ଜଣକ ଆଜି ଅପରାହ୍ନରେ ବରପଡ଼ା ପୋଲ ଉପରୁ ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ିଥିଲେ। ଏହାପରେ ସେ ପାଣିରେ ବୁଡ଼ି ଯାଇଥିଲେ। ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ଖୋଜାଖୋଜି ଆରମ୍ଭ କରିଥିଲା, ମାତ୍ର ତାଙ୍କୁ ପାଇ ନଥିଲା । ତେବେ ସେ କେଉଁ କାରଣରୁ ନଦୀକୁ ଡେଇଁଲେ ତାହା ସ୍ପଷ୍ଟ ଜଣାପଡି ନାହିଁ । ଅନ୍ୟପଟରେ ଛାତ୍ରୀ ଜଣକ ନଦୀକୁ ଡେଇଁବା ପରେ ଲୋକେ କହୁଛନ୍ତି ଯେ ସଂପୃକ୍ତ ଛାତ୍ରୀ ଜଣକ କିଛି ଦିନ ହେବ ମାନସିକ ଚାପରେ ଥିଲେ ଏବଂ ଆଜି ଆତ୍ମହତ୍ୟା କରିବା ପାଇଁ ପୋଲ ଉପରୁ ନଦୀକୁ ଡେଇଁଥିଲେ।