ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

0

(ତାରାକାନ୍ତ ନାୟକ / ସାଲେପୁର)ରିପୋର୍ଟସଟୁଡେ: ପାରିବାରିକ କଳହକୁ ନେଇ ଜଣେ ଯୁବକ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବାବେଳେ ଗୁରୁତର ଅବସ୍ଥାରେ ସଂପୃକ୍ତ ଯୁବକକୁ ସ୍ଥାନୀୟ ଲୋକମାନେ ନଦୀରୁ ଉଦ୍ଧାର କରି ପ୍ରଥମେ ସାଲେପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ।ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ମେଡିକାଲ ପଠାଇ ଦିଆଯାଇଛି।
ଖବରୁ ଜଣା ପଡ଼ିଛି, ସ୍ଥାନୀୟ ନଇଁଗୁଅଁ ଗ୍ରାମରସୁଦର୍ଶନ ବେହେରା (୩୦) ଦୁଇବର୍ଷ ତଳେ ସେ ପ୍ରେମବିବାହ କରିଥିଲେ।ସ୍ୱାମୀ ସ୍ତ୍ରୀ ସବୁବେଳେ କଳିଗୋଳ ଲାଗୁଥିଲେ।ସାଲେପୁର ଥାନାରେ ମଧ୍ୟ କଳିଗୋଳ ସମାଧାନ କରାଯାଇଥିଲା।କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।