ନଦୀକୁ ଡେ଼ଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

0

(ରଜନୀକାନ୍ତ ପାତ୍ର)ହିଂଜିଳି କାଟୁ: ହିଂଜିଳିକାଟୁ ଘୋଡ଼ାହାଡ଼ ସେତୁ ଉପରୁ ଜଣେ ଯୁବକ ନଦୀକୁ ଡେ଼ଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବକ ଜଣକ ଜଗନ୍ନାଥପ୍ରସାଦ ଅଂଚଳର ପିତବାସ ପ୍ରଧାନ । ସୂଚନାଅନୁଯାୟୀ ଯୁବକ ଜଣକ ବୁଧବାର ସକାଳେ କୌଣସି କାରଣରୁ ନିଜର ଘର ସହ କଳହ ବଚସା ହୋଇଥିଲା । ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଯୁବକ ଜଣକ ପୋଲିସ ସମ୍ମୁଖରେ କହିଛନ୍ତି । ଯୁବକ ଜଣକ ବୁଧବାର ସକାଳେ ହିରୋ ମୋଟର ସାଇକେଲ (ଓଡ଼ି୦୭ଭି ୩୬୨୫) ଯୋଗେ ଘରୁ ହିଂଜିଳିକାଟୁ ଅଭିମୁଖେ ଆସିଥିଲେ । ଏହା ପରେ ଘୋଡ଼ାହାଡ଼ ସେତୁ ଉପରେ ନିଜର ବାଇକ ଓ ମୋବାଇଲକୁ ରଖି ହଠାତ ସେତୁ ଉପରୁ ନଦୀକୁ ଡେ଼ଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଉପସ୍ଥିତ କିଛି ବ୍ୟକ୍ତି ଘଟଣା ଦେଖିପାରି ହିଂଜିଳି ପୋଲିସ ଓ ଅଗ୍ନିଶମ ବାହୀନିଙ୍କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହୀନିର କର୍ମଚାରୀ ମାନେ ଘଟଣା ସ୍ଥଳରେ ପଂହଚି ନଦୀରେ ଭାସି ଯାଉଥିବା ଯୁବକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଉଦ୍ଧାର ପରେ ଯୁବକଙ୍କୁ ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ।