ନାଗ ସାପ ଉଦ୍ଧାର

0

(ଜୟନ୍ତ କୁମାର ସେଠୀ/ଗୋପ): ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ଗ୍ରାମ ଅନ୍ତର୍ଗତ କୁଞ୍ଜୁର ଗ୍ରାମର ଗୋବିନ୍ଦ ମହାରଣାଙ୍କ ଛାତଘରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି ।
ସୁଚନାଯୋଗ୍ୟ ଯେ ,ଶ୍ରୀ ମହାରଣାଙ୍କ ଶୋଇବା ଘର ମଧ୍ୟରେ ସାପଟି ପଶି ଯାଇଥିଲା । ସାପଟି ନ ଯିବାରୁ କୌଣସି ଉପାୟ ନ ପାଇ ଥେଣ୍ଟଣା ଗ୍ରାମର ସାପ ଧରାଳି ଭାବେ ପରିଚିତ ସନ୍ତୋଷ ନାୟକଙ୍କୁ ଡକାଯାଇଥିଲା । ଖବର ପାଇ ଶ୍ରୀ ମହାରଣାଙ୍କ ଘରେ ପହଞ୍ଚି ୫ ଫୁଟ ଲମ୍ବାର ଏକ ନାଗ ସାପ ଧରିଥିଲେ । ସାପଟିକୁ ପାଖ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।