ନାବାଳିକା ଦୃଷ୍କର୍ମ,ଅଭିଯୁକ୍ତ ଗିରଫ

0

(ଦିଲ୍ଲୀପ ସାହୁ)ଜଗତସିଂହପୁର: ଗତ ଦୁଇ ଦିନ ତଳେ ଜଗତସିଂହପୁର ଜିଲ୍ଲାର ବହୁ ଚର୍ଚ୍ଚିତ ଗଡହରିଶପୁର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଭିଯୁକ୍ତ କାଳିଆ ଓରଫ ଲବ ମାନ୍ନାକୁ ମାନ୍ୟବର ଜଗତସିଂହପୁର ଏଡିଜେ ତଥା ସ୍ୱତନ୍ତ୍ର ପସ୍କୋ କୋର୍ଟ ଫାଶିଦଣ୍ଡାଦେଶ ଦେଇଥିବା ଘଟଣା ଚର୍ଚ୍ଚା ଥମିନଥିବା ବେଳେ ଆଉ ଏକ ନାବାଳିକା ଦୁଷ୍କର୍ମ ଘଟଣା ସାମ୍ମାକୁ ଆସିଛି । ନାବାଳିକା ଜଣଙ୍କ ପଡିଶା ଘରକୁ ଖେଳିବାକୁ ଯାଇ ଶୋଇପଡିଥିବା ବେଳେ ଅଭିଯୁକ୍ତ ତା ପ୍ରତି ଅସାଦାଚରଣ କରିଥିଲେ।କାମାନ୍ଧ ଯୁବକ କବଳରେ ପଡି ନାବାଳିକା ଭୟରେ ବଡପାଟିରେ ଚିତ୍କାର କରିବାରୁ ସେ ଛାଡି ଦେଇଥିଲେ।ନାବାଳିକା ଘଟଣା ସମ୍ପର୍କରେ ମାଆ ଆଗରେ ସମସ୍ତ କଥା କହିବା ପରେ ନାବାଳିକାର ବାପା ତିର୍ତୋଲ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ପୋଲିସ ତୁରନ୍ତ ଅଭିଯୁକ୍ତ ବରୁଣ୍ଡି ଗ୍ରାମର ୨୫ବର୍ଷୀୟ ଯୁବକ ଗୋବିନ୍ଦ ନନ୍ଦୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତିର୍ତୋଲ ପୋଲିସ ଥାନା କେସ ନଂ୨୬୧/୧୯ଦଫା ୩୭୬(ଏବି),୨୯୪,୫୦୬ଆପିସି,ଓ ୬ପୋସକୋ ଆକ୍ଟରେ ମାମଲା ରୁଜୁ କରିଛି।ଉଭୟ ପିଡିତା ଓ ଅଭିଯୁକ୍ତର ଡାକ୍ତରୀ ମାଇନା ସହ ପୋଲିସ ପକ୍ଷରୁ ଆବଶ୍ୟକୀୟ ଅନୁସଂନ୍ଧାନ କରାଯାଇଛି।ଅଭିଯୁକ୍ତକୁ ପୋଲିସ ଜଗତସିଂହପୁର ଏଡିଜେ କୋର୍ଟରେ ହାଜର କରିବା ପରେ ମାନ୍ୟବର କୋର୍ଟ ଅଭିଯୁକ୍ତକୁ ଜେଲ ପଠାଇଛନ୍ତି।ଘଟଣା ସଂପର୍କରେ ପୋଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାହି ଦେଇ ଗଣମାଧ୍ୟମ କ୍ୟାମେରା ଆଗରେ କୌଣସି ତଥ୍ୟ ଦେବାକୁ ମନା କରିଥିବା ବେଳେ ପିଡିତାଙ୍କ ପରିବାର ମଧ୍ୟ କିଛି କହିବାକୁ ମନା କରିଦେଇଛନ୍ତି।