ଭଦ୍ରକ/ ସେକ ଫଇଜାନ କାଦରୀ: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ମହାଦୁର୍ନୀତି ଘଟଣାକୁ ନେଇ ନବନିର୍ମାଣ ଯୁବଛାତ୍ର ସଂଗଠନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ମହାବିଦ୍ୟାଳୟ ରେ ହୋଇଥିବା ନାମ ଲେଖା ଜାଲିଜାତି ଘଟଣାରେ ଛାତ୍ରମାନଙ୍କ ଦ୍ୱାରା ଲୋକ ଲୋଚନକୁ ଆସିଥିବା ଦୋଷୀମାନଙ୍କ ବିରୁଦ୍ଧରେ ଆଇ ପି ସି ଧାରା ୪୨୦ରେ ଗିରଫ ଦାବି ଜୋର ଧରିଛି । ଏଥିସହ ଆର ଟି ଆଇ ତଥ୍ୟ ଆବେଦନକାରୀ ଓ ଆରୋପକାରୀମାନଙ୍କ ନାମ ଲୋକଲୋଚନକୁ ଆଣିଥିବା ଛାତ୍ର ଓ ତାଙ୍କ ପରିବାର ମାନଙ୍କର ସୁରକ୍ଷା ଦାବିରେ ଆଜି ଏହି ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସଭାରେ ସଂଗଠନର ସଭାପତି ଜାହିର ଖାଁ, ମୁଖପାତ୍ର ସବୀର ଖାଁ ଓ କାର୍ଯ୍ୟକର୍ତ୍ତା ନାସରୁଦ୍ଦିନ ଖାଁ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିବେ । ଯଦି ଉକ୍ତ ଦାବି ପୂରଣ ନ ହୁଏ ତା ହେଲେ ଆମ୍ଭେ ଆଉ ନିରବ ହୋଇରହିବୁନି । ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦିଆଯାଇଛି ।