ନାଳ ଭିତରୁ ଗାଈ ଉଦ୍ଧାର

0

(ଟୁକୁନା ଖରା)ନବରଙ୍ଗପୁର: ଏବେ ବି ବଞ୍ଚିଛି ମାନବିକତା । ମାନବିକତା ପରିଚୟ ଦେଇଛନ୍ତି ଗୋଡ଼ଖାଇ ସାହିର ଯୁବକ ମାନେ । ନବରଙ୍ଗପୁର ସହରର ସିବିଆଇ ମୁଖ୍ୟ ଶାଖା ପାଖ ନାଳରେ ଗୋଟିଏ ଗାଈ ଦୀର୍ଘ ୪ଘଣ୍ଟା ଧରି ପଡିରହିଥିଲା । ପ୍ରବଳ ବର୍ଷା କାରଣରୁ ଗାଈ ନାଳ ରୁ ବାହାରି ପାରୁନଥିଲା। ଗାଈଟି ବର୍ଷାରେ ଆଶ୍ରୟ ନେବାକୁ ଯାଉଥିବା ସମୟରେ ଗୋଡ଼ ଖସି ଯାଇ ନାଳ ମଧ୍ୟରେ ଫସି ଯାଇଥିଲା । ଗୋଡ଼ଖାଇ ସାହିର କିଛି ଯୁବକ ଦୀର୍ଘ ଏକ ଘଣ୍ଟା ପରିଶ୍ରମ ପରେ ଗାଈଟିକୁ ନାଳ ମଧ୍ୟରୁ ଉଦ୍ଧାର କରିଛନ୍ତି। ଉଦ୍ଧାର କରିଥିବା ଯୁବକ ହେଉଛନ୍ତି ଭାବନୀ ସାହୁ,ଜଗନ୍ନାଥ ଜାନୀ,ମୁନା ମହାରଣା, ସଞ୍ଜୟ ରାଉତ ।ଏଭଳି ଘଟଣାକୁ ନବରଙ୍ଗପୁର ସହର ର ବୁଦ୍ଧିଯିବି ମାନେ ପ୍ରଶଂସା କରିଛନ୍ତି ।