(ମମତା ସାମଲ)ରିପୋର୍ଟସଟୁଡେ: ମହାରାଷ୍ଟ୍ର ନାସିକ ରେଳଷ୍ଟସନରେ ଯାତ୍ରୀମାନଙ୍କ ପାଇଁ ଅକ୍ସିଜେନ ପାର୍ଲରର ଶୁଭାରମ୍ଭ କରାଯାଇଛି । ଦେଶର ପ୍ରଥମ ରେଳଷ୍ଟସନ ଭାବେ ଏଠାରେ ଏଭଳି କରାଯାଇଥିବା କୁହାଯାଉଛି । ୧୦ ବର୍ଗଫୁଟ ପରିମିତି ଅଞ୍ଚଳରେ ଫୁଲକୁଣ୍ଡରେ ଗଛ ଲଗାଯାଇଛି । ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ ଆଡିନିଷ୍ଟ୍ରେସନର ଅନୁରୋଧ କ୍ରମେ ଏପରି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ରେଳଷ୍ଟେସନରେ ୧୫୦୦ ଗଛ ରଖାଯାଇଛି । ଏହା ବାୟୁ ପ୍ରଦୂଷଣ କମ୍ କରିବାରେ ସହାୟକ ହେବ ବୋଲି ଷ୍ଟେସନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏନେଇ ନାସାରେ ୧୯୮୯ରେ ଏକ ଅଦ୍ୟୟନ କରାଯାଇଥିଲା । ଅଧ୍ୟୟନ ରିପୋର୍ଟ ଆଧାରରେ ରେଳଷ୍ଟେସନରେ ଏପରି କରାଯିବ ପାଇଁ ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ ୍ରଆଡମିନିଷ୍ଟ୍ରେସନ ପକ୍ଷରୁ ଅନୁରୋଧ କରାଯାଇଥିଲା ।