(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ରାଜ୍ୟ ସରକାର ମୋ ସରକାର ଓ ୫ଟି କାର୍ଯ୍ୟକ୍ରମ ଲାଗୁ କରିଛନ୍ତି । ଯେଉଁ ସରକାରୀ କର୍ମଚାରୀ କାର୍ଯ୍ୟରେ ଅବହେଳା ଓ ଦୁର୍ନୀତି କରିବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତ୍ୁ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟରେ ଦେଖାଦେଇଛି ଏଭଳି ଅନିୟମିତତା । ଏଠରେ ସରକାରୀ ବାବୁ ଠିକ ସମୟରେ କାର୍ଯ୍ୟାଳୟରେ ଆସି ପହଂଚୁନାହାନ୍ତି । ଆଜି ଅଫିସରେ ଖାଲି ଦୁଇ ଜଣ ପିଅନକୁ ଛାଡିଦେଲେ ଆଉ କୋଣସି କର୍ମଚାରୀ ଅଫିସରେ ଉପସ୍ଥିତ ନ ଥିଲେ।କିନ୍ତୁ ୩୫ମିନିଟ ଲେଟ ଆସି ପହଂଚିଥିଲେ ରାଇରଙ୍ଗପୁରର ଏବିଓ କରୁଆ ବାବୁ ।ଏହା ପରେ ଅଫିସର କିଲାକ ସୁବ୍ରତ କୁମାର ପାତ୍ର ପହଞ୍ଚିଲେ।ସେହିଭଳି ଆଉ ଜଣେ ଅଫିସର କର୍ମଚାରୀ ଲେଟରେ ପହଂଚିଥିଲେ।
ଏହା ସହ ଅଫିସର କଂପ୍ୟୁଟର ରୁମ, ଅଫିସ ରୁମ, ପରୀକ୍ଷା ରୁମ ଖାଲି ଏମିତିକି ବିଇଓ ରୁମ ରେ ମଧ୍ୟ ଚେୟାର ଖାଲି ପଡିଥିବା ଦୃଶ ଦେଖିବାକୁ ମିଳିଛି।ସବୁ ରୁମରେ ଲାଇଟ ଜଳୁଛି କିନ୍ତୁ ହେଲେ ଗୋଟିଏ ହେଲେ ରୁମରେ କର୍ମଚାରୀ ନାହାନ୍ତି।ଏ ସମ୍ପର୍କରେ ବାରମ୍ବାର ବିଇଓ ପ୍ରକାଶ ଚନ୍ଦ୍ର ମହାଳିକ ଙ୍କୁ ଜଣାଇଥିବା ସତ୍ତ୍ଵେ ମଧ୍ୟ କିଛି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ।
ଗତ କାଲି ମଧ୍ୟ ଏକ ଘଟଣା ଘଟି ଯାଇଛି ରାଇରଙ୍ଗପୁର ଟାଉନ ପୁରୁଣାଘାଟୀ ଉ:ପ୍ରା:ବିଦ୍ୟାଳୟରେ ସେଠାରେ ରୁଷେୟା ମାନେ ପିଲା ମାନଙ୍କୁ ମିଡେ ମିଲ ରନ୍ଧା ଖାଦ୍ୟ ରେ କାଚ, ଜରି, ଗୋଡି ବାହାରୁ ଥିବାର ସ୍କୁଲର ଛାତ୍ରଛାତ୍ରୀ ମାନେ କହିଛନ୍ତି। ରୁଷେୟା ମାନେ ପାନ ଓ ଗୁଟଖା ଖାଇ ରୁଷେୟ କରିବା ସମୟରେ ପାନ ଓ ଗୁଟଖା ର ଛେପ ପଡୁଥିବାର ଛାତ୍ରଛାତ୍ରୀମାନେ ତଥା ତାଙ୍କ ଅଭିବାବକ ମାନେ ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବାରମ୍ବାର ରାଇରଙ୍ଗପୁର ବିଇଓ, ଏବିଓ ଏବଂ ସିଆରସିସି ଙ୍କୁ ଜଣାଇଥିଲେ ଏବଂ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସେମାନେ କିଛି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିବା ରୁ ଜନସାଧାରଣ ଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି ଏବଂ ବିଇଓ , ଏବିଓ, ସିଆରସିସିଙ୍କ ମିଳିତ ସହଯୋଗରେ କଣ ଚାଲିଛି ଏ କାମ ତାହା ପୁଣି ଜନସାଧାରଣ ଙ୍କ ମନରେ ପ୍ରଶ୍ନ ବାଚି ସୃଷ୍ଟି କରୁଛି।