ନିଖୋଜ ଥିବା ମହିଳାଙ୍କ ମିଳିଲା ମୃତଦେହ ।

0

(ଆଠଗଡ) ; ନିଖୋଜ ଥିବା ମହିଳାଙ୍କ ମୃତ ଦେହ ମହାନଦି ବାଲି ପଠାରୁ ମିଳିଛି । ବଡମ୍ବା ଥାନା ଅନ୍ତଗର୍ତ ବାଙ୍ଗରସିଂହା ଓ ଯୋଡୁମା ଗାଁ ପାଖ ନଦୀ ପଠାରୁ ମିଳିଛି ମହିଳାଙ୍କ ମୃତଦେହ । ତେବ ଏହି ମୃତ ମହିଳା ଜଣକ ବୌଦ୍ଧ ଅଞ୍ଚଳର ପ୍ରତିମା ସ।।ହୁ ବୋଲି ସନ୍ଦେହ କରାଯାଉଛି । ସୂଚନା ଅନୁ୍ାୟୀ ଗତ ୪ ଦିନ ତଳେ ଦୁର୍ଘଟଣାରେ ଜଣେ ମହିଳା ନଦି କୁ ଛିଟିକି ପଡିଥିଲେ । ପରେ ବହୁ ଖୋଜା ଖୋଜି କରିବା ପରେ ବି ମହିଳାଙ୍କ ଖବର ମିଳିପାରିନଥିବା ବେଳେ ଆଜି ନଦୀ ପଠାରୁ ମହିଳାଙ୍କ ମୃତଦେହ ଠାବ କରାଯାଇଛି । ଘଟଣା ସମ୍ପର୍କରେ ପୁଲିସ ପାଖରେ ଖବର ପହଞ୍ଚିବା ପରେ ବଡମ୍ବା ପୁଲିସ ମୃତୟଦେହକୁ ଜବତ କରିବା ସହ ଛାନଭିନ ଚଲାଇଛି ।