(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅଧୀନ ପକନାଗୁଡ଼ା ଗାଁରେ ଅଘଟଣ । ଗତ ୩ ତିନି ତଳୁ ନିଖୋଜ ଥିବା ନାବାଳିକାଙ୍କ ୨ ନାବାଳିକାଙ୍କ ପତ୍ତା ମିଳୁ ନ ଥିବା ବେଳେ ଗତକାଲି ଏକ ମୃତଦେହ ଗାଁ ପାଖ ଏକ ପରିତ୍ୟକ୍ତ କୂଅରେ ଭାସୁଥିବା ଦେଖିବାକୁ ମିଳିଥିଲା। ରାତି ଅଧିକ ହେତୁ ମୃତଦେହ ଉଦ୍ଧାର ହୋଇପାରି ନ ଥିଲା । ତେବେ ତାହା ନିଖୋଜ ନାବାଳିକାଙ୍କ ମଧ୍ୟରୁ ଜଣଙ୍କର ବୋଲି ସନ୍ଦେହ କରାଯାଉଛି । ଆଜି ମୃତଦେହ ଉଦ୍ଧାର ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ । ଏବେ ବି ଆଉ ଜଣେ ନାବାଳିକାଙ୍କ ପତ୍ତା ମିଳୁନାହିଁ ।
ସୂଚନା ଅନୁଯାୟୀ, ମହାଦେବ ଗଣ୍ଡଙ୍କ ୯ ବର୍ଷର ଝିଅ ପଞ୍ଚବତୀ ଓ ଗୋନା ଗାଁର ପ୍ରକାଶ ପାଣ୍ଡେଙ୍କ ୭ ବର୍ଷୀୟା ଝିଅ ଲକ୍ଷ୍ମୀ ଗତ ୪ ତାରିଖରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ଏନେଇ ଉଭୟ ପରିବାର କୁନ୍ଦେଇ ଥାନାର ଦ୍ୱାରସ୍ଥ ହୋଇଥିଲେ। କୁନ୍ଦେଇ ପୁଲିସ୍ ଖୋଜାଖୋଜି କରିଥିଲେ ହେଁ ସେମାନଙ୍କ ପତ୍ତା ପାଇ ନଥିଲା ।
ଗତ ସନ୍ଧ୍ୟାରେ ପକନାଗୁଡ଼ା ଗାଁ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଜଣେ ନାବାଳିକାଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିବା ଏସ୍ଡିପିଓ ସୂଚନା ଦେଇଛନ୍ତି । ରାତି ଯୋଗୁଁ ମୃତଦେହ ଉଦ୍ଧାର ହୋଇପାରିନଥିବା ବେଳେ ଆଜି ତାହା ଉଦ୍ଧାର କରାଯିବ । ଏହାପରେ ସ୍ପଷ୍ଟ ହେବ ଉକ୍ତ ମୃତଦେହଟି କାହାର ଓ ଅନ୍ୟ ଜଣେ କେଉଁଆଡ଼େ ଗଲେ।